କରୋନା ମହାମାରୀରେ ଭାରତରେ ୪୭ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି : ହୁ ; ଭାରତ ସରକାରଙ୍କ ତୀବ୍ର ବିରୋଧ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତରେ ପ୍ରାୟ ୪୭ ଲକ୍ଷ ଲୋକ ମୃତ୍ୟୁବରଣ କରିଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଅଟକଳକୁ ଖାରଜ କରିଦେଇଛି ଭାରତ । ଏହି ଅଟକଳ ପାଇଁ ହୁ ପକ୍ଷରୁ ଗ୍ରହଣ କରାଯାଇଥିବା ପଦ୍ଧତି ଉପରେ ଭାରତ ସରକାର ପ୍ରଶ୍ନ ଉଠାଇଛନ୍ତି ।

ଗୁରୁବାରଦିନ ହୁ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ମହାମାରୀ ଯୋଗୁଁ ବିଶ୍ବରେ ପ୍ରାୟ ଦେଢ କୋଟି ଲୋକ ମୃତ୍ୟୁବରଣ କରିଛନ୍ତି । ଏହା ମଧ୍ୟରୁ କେବଳ ଭାରତର ୪୭ ଲକ୍ଷ ଅନ୍ତର୍ଭୁକ୍ତ । ଏହି ଲୋକମାନେ କରୋନା ସଂକ୍ରମିତ ହୋଇ କିମ୍ବା କରୋନା ମହାମାରୀ ଯୋଗୁଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପଡିଥିବା ଚାପ ଯୋଗୁଁ ମୃତ୍ୟୁବରଣ କରିପାରିଥାନ୍ତି ବୋଲି ହୁ ଅଟକଳ କରିଛି ।
ଏହାକୁ ବିରୋଧ କରି ଭାରତ ସରକାର କହିଛନ୍ତି ଯେ, କରୋନା ମହାମାରୀର ମୃତ୍ୟୁସଂଖ୍ୟା ସମ୍ପର୍କରେ ପ୍ରକୃତ ତଥ୍ୟ ଉପଲବ୍ଧ ଥିବାବେଳେ ଏକ ଗାଣିତିକ ମଡେଲ ବ୍ୟବହାର କରି ଏକ କାଳ୍ପନିକ ସଂଖ୍ୟା ବାହାର କରାଯିବ ଠିକ ନୁହେଁ । ଏହି ମୃତ୍ୟୁସଂଖ୍ୟା ବାହାର କରିବାକୁ ହୁ ଗ୍ରହଣ କରିଥିବା ପଦ୍ଧତି ଓ ମଡେଲର ଦକ୍ଷତା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଭାରତ କହିଛି ।

ସମ୍ବନ୍ଧିତ ଖବର