ସ୍ୱିଜରଲାଣ୍ଡରୁ ମିଳିଥିବା କଳାଧନ ସଂପର୍କିତ ସୂଚନା ସାର୍ବଜନୀନ କରିବାକୁ ମନା କଲେ ଭାରତ ସରକାର

ନୂଆଦିଲ୍ଲୀ : ସ୍ୱିଜରଲାଣ୍ଡରୁ ମିଳିଥିବା କଳାଧନ ସଂପର୍କିତ ସୂଚନାକୁ ସାର୍ବଜନୀନ କରିହେବ ନାହିଁ ବୋଲି ଭାରତ ସରକାର କହିଛନ୍ତି । ଏହି ସୂଚନା ପାଇବା ପାଇଁ ସୂଚନା ଅଧିକାର ଆଇନ ବଳରେ କରାଯାଇଥିବା ଏକ ଆବେଦନକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଖାରଜ କରିଦେଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଭାରତ ଓ ସ୍ୱିଜରଲାଣ୍ଡ ମଧ୍ୟରେ ଥିବା ଗୋପନୀୟତା ଚୁକ୍ତି ଅନୁସାରେ ଏହି ତଥ୍ୟ ପ୍ରଘଟ କରିହେବ ନାହିଁ । ତେବେ ସ୍ୱିଜରଲାଣ୍ଡରୁ ମିଳୁଥିବା କଳାଧନ ସଂପର୍କିତ ସୂଚନା ଏକ ନିୟମିତ ପ୍ରକ୍ରିୟା । ଏହି ଆରଟିଆଇ ଆବେଦନରେ ସ୍ୱଜରଲାଣ୍ଡରୁ ମିଳିଥିବା କଳାଧନ ସଂପର୍କିତ ସୂଚନା, ସଂପୃକ୍ତ ବ୍ୟକ୍ତି ବା ସଂସ୍ଥାର ନାମ ଓ ସେମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ମଗାଯାଇଥିଲା ।

ଏହା ସହିତ ଅନ୍ୟ ଦେଶମାନଙ୍କରୁ ମିଳିଥିବା କଳାଧନ ସଂପର୍କିତ ସୂଚନା ସଂପର୍କରେ ମଧ୍ୟ ଏଥିରେ ମଗାଯାଇଥିଲା ।
ଡିସେମ୍ବର ୨୦୧୭ରେ ଭାରତ ଓ ସ୍ୱିଜରଲାଣ୍ଡ ମ୍ୟୁଚୁଆଲ ଆଡମିନିଷ୍ଟ୍ରେଟିଭ ଆସିଷ୍ଟାନ୍ସ ଇନ ଟାକ୍ସ ମ୍ୟାଟର୍ସ ନାମକ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । କଳାଧନ ଓ ବେଆଇନ ଅର୍ଥ କାରବାର ସମ୍ପର୍କିତ ସୂଚନା ଆଦାନପ୍ରଦାନ ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ସମ୍ବନ୍ଧିତ ଖବର