ରାଜ୍ୟଗୁଡ଼ିକୁ ୧୪,୧୦୩ କୋଟିର ଜିଏସଟି କ୍ଷତିପୂରଣ ପ୍ରଦାନ କଲା କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜିଏସଟି କ୍ଷତି ପୂରଣ ବାବଦରେ ରାଜ୍ୟମାନଙ୍କୁ ଦ୍ୱିତୀୟ ଦଫାରେ ଆଉ ୧୪,୧୦୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ଫେବ୍ରୁଆରୀ ମାସରେ ପ୍ରଥମ ଦଫାରେ ୧୯,୯୫୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଦୁଇଟି ଦଫାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ମୋଟ ୩୪,୦୫୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଜିଏସଟି ସେସ କ୍ଷତିପୂରଣ ବାବଦରେ ଏହି ରାଶି ପ୍ରଦାନ କରାଯାଇଛି ।

ଦେଶରେ କରୋନା ମହାମାରୀ ଆରମ୍ଭ ହୋଇଯାଇଥିବାରୁ ବିଭିନ୍ନ ରାଜ୍ୟ ସରକାରମାନେ ତାହାର ମୁକାବିଲା ପାଇଁ କେନ୍ଦ୍ର ନିକଟରେ ଅଧିକ ଅର୍ଥ ଦାବି କରୁଛନ୍ତି । ଜିଏସଟି କ୍ଷତିପୂରଣ ବାବଦ ବକେୟା ରାଶି ପ୍ରଦାନ ପାଇଁ ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରୁଛନ୍ତି ।
ଅର୍ଥମନ୍ତ୍ରାଳୟ ସୁତ୍ରରୁ ପ୍ରକାଶ ଯେ କେନ୍ଦ୍ର ସରକାର ଡିସେମ୍ବର ଓ ଜାନୁଆରି ମାସର ବକେୟା ଜିଏସଟି ରାଶି ମଧ୍ୟ ପ୍ରଦାନ କରିବାକୁ ଚିନ୍ତା କରୁଛନ୍ତି । ସୂଚନାଯୋଗ୍ୟ ଯେ ଜିଏସଟି ଆଇନ ଅନୁସାରେ ଜିଏସଟି ଲାଗୁ ହେବାର ୫ ବର୍ଷ ମଧ୍ୟରେ ରାଜସ୍ୱ ହାନୀ ବାବଦ କ୍ଷତିପୂରଣ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଦାନ କରିବେ ।

ସମ୍ବନ୍ଧିତ ଖବର