ଲକଡାଉନକୁ ନେଇ ସ୍ଥିତି ସ୍ପଷ୍ଟ କରୁ କେନ୍ଦ୍ର : ମମତା ବାନାର୍ଜୀ

ନୂଆଦିଲ୍ଲୀ : ଲକଡାଉନ ସଂପର୍କରେ କେନ୍ଦ୍ର ସରକାରଙ୍କ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ସେ କହିଛନ୍ତି ଯେ ଲକଡାଉନକୁ ନେଇ କେନ୍ଦ୍ର ସରକାରଙ୍କ ନୀତି ଭ୍ରମାତ୍ମକ ଓ ଅସ୍ପଷ୍ଟ ରହିଛି । ଗୋଟିଏ ପଟେ କେନ୍ଦ୍ର ସରକାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ଅନ୍ୟପଟେ ଲକଡାଉନକୁ ବଜାୟ ରଖିବାକୁ ଚାହୁଁଛନ୍ତି । ଯଦି ଶିଳ୍ପ ସଂସ୍ଥା ଖୋଲାଯିବ, ଲକଡାଉନ କିପରି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ନିଜେ ମଧ୍ୟ ଲକଡାଉନ ସଂପ୍ରସାରଣ ସପକ୍ଷରେ ଅଛନ୍ତି, କିନ୍ତୁ ଏ ନେଇ କେନ୍ଦ୍ର ସରକାର ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ଭିଡିଓ କନଫରେନ୍ସିଂ ବୈଠକକୁ ନେଇ ମଧ୍ୟ ସେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି । ସେ କହିଛନ୍ତି ଯେ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଯଥେଷ୍ଟ ସୁଯୋଗ ଦିଆଯାଇନାହିଁ । ସୁଯୋଗ ମିଳିଥିଲେ ସେ କେନ୍ଦ୍ରୀୟ ଟିମ ପ୍ରେରଣ ସମ୍ପର୍କରେ ପ୍ରଶ୍ନ କରିଥାନ୍ତେ ।

ସମ୍ବନ୍ଧିତ ଖବର