ଦେଶରେ ୨ୟ ଲହର ଶେଷ ହୋଇନାହିଁ ; ପାର୍ବଣ ଋତୁରେ ସତର୍କ ରୁହ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ କମୁଥିଲେ ମଧ୍ୟ ୨ୟ ଲହର ଏବେ ବି ଶେଷ ହୋଇନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ।  ଏଣୁ ଆଗାମୀ ପୂଜାପର୍ବାଣୀ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଗତ ୨୧ ତାରିଖରେ ଜାରି ଏସଓପି ପାଳନ ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏହି ଏସଓପି ଅନୁସାରେ ପାର୍ବଣ ସମୟରେ ୫ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ଥିବା ଅଂଚଳରେ ଭୀଡ଼ କମାଇବାକୁ ଜିଲ୍ଲା ପ୍ରଶାସନ ଅବରୋଧ ଅଂଚଳ ଘୋଷଣା କରିପାରିବ । ସେହିପରି ୫ ପ୍ରତିଶତରୁ କମ ପଜିଟିଭିଟି ହାର ଥିବା ଅଂଚଳରେ ପ୍ରଶାସନ ଅନୁମତି ପରେ ହିଁ ସୀମିତ ସଂଖ୍ୟକ ଲୋକ ଏକାଠି ହୋଇପାରିବେ ।

ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଥିବା ପ୍ରାୟ ୩୧ ହଜାର ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ କେରଳ ଓ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ସପ୍ତାହରେ ସାରା ଦେଶର ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ୬୨.୭୩ ପ୍ରତିଶତ କେରଳରୁ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର