ନୂଆଦିଲ୍ଲୀ: ବର୍ତ୍ତମାନ ଋଣର ଇଏମଆଇ ସ୍ଥଗିତ ରଖିବା ମାମଲାରେ ସରକାର ଅଧିକ କୋହଳ ପ୍ରଦାନ କରିବାକୁ ରାଜି ନାହାନ୍ତି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି। ଏହି ଆଫିଡେଭିଟ୍ ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସରକାର ବିଭିନ୍ନ କ୍ଷେତ୍ରକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ୟାକେଜ୍ ଦେଇଛନ୍ତି। ସାମ୍ପ୍ରତିକ ମହାମାରୀ ମଧ୍ୟରେ, ଏହି କ୍ଷେତ୍ରଗୁଡିକୁ ଅଧିକ କୋହଳ ଦେବା ଆଉ ସମ୍ଭବ ନୁହେଁ |

Advertisment

ଏଥିସହ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ଏହା ମଧ୍ୟ କହିଛି ଯେ ଏକ ପିଆଇଏଲ୍ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଆର୍ଥିକ ସହାୟତା ଦିଆଯାଇପାରିବ ନାହିଁ। କେନ୍ଦ୍ର ସରକାରଙ୍କ ଆଫିଡେଭିଟ୍ ଅନୁଯାୟୀ, ୨କୋଟି ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଛାଡ଼ ବ୍ୟତୀତ ଅନ୍ୟ କୌଣସି ଆର୍ଥିକ ସହାୟତା ଜାତୀୟ ଅର୍ଥନୀତି ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇଁ କ୍ଷତିକାରକ ଅଟେ।

केंद्र सरकार नई राहत के मूड में नहीं aajtak

ଗତ ଶୁଣାଣି ସମୟରେ, କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଏମଏସଏମଇ, ଶିକ୍ଷା, ଗୃହ, ଉପଭୋକ୍ତା ଏବଂ ଅଟୋ ଋଣ ଉପରେ ଲାଗୁ ହେଉଥିବା ଚକ୍ରବୃଦ୍ଧି ସୁଧ ୨କୋଟି ଟଙ୍କା ପର୍ଯ୍ୟନ୍ତ ଛାଡ଼ କରାଯିବ। ଏହା ବ୍ୟତୀତ କ୍ରେଡିଟ୍ କାର୍ଡ ଦେୟ ଉପରେ ମଧ୍ୟ ଏହି ସୁଧ ସଂଗ୍ରହ କରାଯିବ ନାହିଁ | ଏହାପରେ ବିଭିନ୍ନ କ୍ଷେତ୍ରରେ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ଆର୍ଥିକ କୋହଳ ଉପରେ ବିଚାର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ଏକ ସପ୍ତାହ ସମୟ ଦେଇଥିଲେ, ଯାହାର ଉତ୍ତରରେ ସବୁ କ୍ଷେତ୍ରକୁ ଆର୍ଥିକ କୋହଳ ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର।