ଚୀନା ସୈନିକଙ୍କ ଅନୁପ୍ରବେଶ ଓ ପ୍ରାଦୁର୍ଭାବରେ ଅତିଷ୍ଠ ହୋଇ ହିମାଚଳ ପ୍ରଦେଶର ସୀମାନ୍ତବର୍ତ୍ତୀ ୧୪ଟି ଗ୍ରାମର ଲୋକେ ଗାଁ ଛାଡ଼ିବା ପରେ ଚେତିଲେ ସରକାର

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଉଠିବ ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତ- ଚୀନ୍‌ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିବା ଭାରତୀୟ ଗ୍ରାମମାନଙ୍କରେ ଚୀନା ସୈନିକମାନଙ୍କର ଅନୁପ୍ରବେଶ ସହ ପ୍ରାଦୁର୍ଭାବ ବୃଦ୍ଧି ପାଇବା ଘଟଣା ଏବେ ଭାରତ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଚୀନା ସୈନିକମାନଙ୍କର ବାରମ୍ବାର ଅନୁପ୍ରବେଶ ଓ ସେମାନଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ହୋଇ ଉତ୍ତରାଖଣ୍ଡର ଭାରତ- ଚୀନ୍‌ ସୀମାନ୍ତବର୍ତ୍ତୀ ୧୪ଟି ଗ୍ରାମର ଗ୍ରାମବାସୀମାନେ ସେମାନଙ୍କର ଘରଦ୍ୱାର ସବୁକିଛି ଛାଡ଼ି ଅନ୍ୟତ୍ର ପଳାଇ ଯିବା ଘଟଣା କେନ୍ଦ୍ର ସରକାରଙ୍କ ଆଖିରୁ ନିଦ ହଜାଇ ଦେଇଛି। ତେଣୁ, ଏଘଟଣା ଆଉ ଅଧିକ ଆଗକୁ ବଢ଼ିବା ପୂର୍ବରୁ ଏଥିରେ ରୋକ୍‌ ଲଗାଇବା ଉଦ୍ଦେଶ୍ୟରେ ଭାରତ ସରକାର ଏ ଘଟଣାକୁ ଆସନ୍ତା ଶୁକ୍ରବାର ଦିନ ବସିବାକୁ ଥିବା ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଉଠାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ହିମାଚଳ ପ୍ରଦେଶର ସୀମାନ୍ତବର୍ତ୍ତୀ ଚାମୋଲି, ପିଥୋରଗଡ଼ ଓ ଚମ୍ପାବତ୍‌ ଅଞ୍ଚଳର ୧୪ଟି ଗ୍ରାମର ଗ୍ରାମବାସୀ ଚୀନା ସୈନିକମାନଙ୍କର ବାରମ୍ବାର ଅନୁପ୍ରବେଶ ଓ ସେମାନଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ହୋଇ ସେମାନଙ୍କର ଘରଦ୍ୱାର ସବୁକିଛି ଛାଡ଼ି ଅନ୍ୟତ୍ର ପଳାଇ ଯିବା ଘଟଣା ଜଣାପଡ଼ିବା ପରେ ଦେଶର ଜାତୀୟ ସୁରକ୍ଷା ପରିଷଦ ଉଦ୍‌ବେଗ ପ୍ରକାଶ କରିଥିଲା। ଏବଂ ଏ ସଂପର୍କରେ ସବିଶେଷ ତଦନ୍ତ ଓ ଅନୁଧ୍ୟାନ କରି ଏକ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଡ. ଏସ୍‌ ଏସ୍‌ ନେଗୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଇତିମଧ୍ୟରେ ଏହି କମିଟି ତାଙ୍କ ରିପୋର୍ଟ ଭାରତ ସରକାରଙ୍କୁ ପ୍ରଦାନ କରି ସାରିଛନ୍ତି। ଭାରତ ସରକାର ଏହି ରିପୋର୍ଟକୁ ଶୁକ୍ରବାର ଦିନ ବସିବାକୁ ଥିବା ମିଳିତ ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଉପସ୍ଥାପିତ କରିବା ସହ ଏସଂପର୍କରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବେ।

ସମ୍ବନ୍ଧିତ ଖବର