ଖଣି ଆଇନରେ ଏହି ସଂଶୋଧନ କରିବାକୁ କେନ୍ଦ୍ରର ବିଚାର, ଉପକୃତ ହେବେ ଓଡ଼ିଶା ସମେତ ଖଣିଜ ଭିତ୍ତିକ ରାଜ୍ୟ

ନୂଆଦିଲ୍ଲୀ : ଖଣି କ୍ଷେତ୍ରରେ ଅଭିବୃଦ୍ଧିକୁ ପୁଣି ଫେରାଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ସରକାର ।  ଖଣିଜ ବ୍ଲକଗୁଡ଼ିକର ଏକ୍ସପ୍ଲୋରେସନ ବା ସନ୍ଧାନ କାର୍ଯ୍ୟ ପାଇଁ ପୂର୍ବରୁ ଆବଶ୍ୟକ ହେଉଥିବା ଜଙ୍ଗଲ ଅନୁମତି ବା ଫରେଷ୍ଟ କ୍ଲିୟରାନ୍ସ ନିୟମକୁ ପ୍ରତ୍ୟାହାର କରିନେବାକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଖଣି ଓ ଖଣିଜ (ବିକାଶ ଓ ନିୟମନ) ଆଇନରେ ସଂଶୋଧନ ଆବଶ୍ୟକ ପଡ଼ିବ ।

ଖଣି ମନ୍ତ୍ରାଳୟର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଓଡ଼ିଶା ସମେତ ବିଭିନ୍ନ ଖଣିଜ ପରିପୂର୍ଣ୍ଣ ରାଜ୍ୟ ଉପକୃତ ହେବେ । କାରଣ ଏହା ଦ୍ବାରା ଖଣି ନିଲାମ କରିବା ସୁଗମ ହେବ ଓ ଖଣିଜ ଉତ୍ପାଦନ ବୃଦ୍ଧି ପାଇବ ।

ବର୍ତ୍ତମାନର ନିୟମ ଅନୁସାରେ ରିକୋନାଇସାନ୍ସ ଲାଇସେନ୍ସ ଓ ପ୍ରସପେକ୍ଟିଂ ଲାଇସେନ୍ସ ପ୍ରଦାନ ପାଇଁ ଜଙ୍ଗଲ ଅନୁମତି ନେବା ଆବଶ୍ୟକ । ଗୋଟିଏ ଖଣିଜ ବ୍ଲକରେ ଥିବା ଖଣିଜ ପଦାର୍ଥର ସର୍ଭେ, ସନ୍ଧାନ, ଆକଳନ ଓ ଖନନ ପାଇଁ ଏହି ଦୁଇଟି ଲାଇସେନ୍ସ ପ୍ରଦାନ କରାଯାଏ ।

ଏହା ପୂର୍ବରୁ ଖଣିଜ ବ୍ଲକଗୁଡ଼ିକର ସନ୍ଧାନ ପାଇଁ ଥିବା ଜଙ୍ଗଲ ଅନୁମତି ବ୍ୟବସ୍ଥାକୁ ଉଠାଇ ଦେବାକୁ  ନିତି ଆୟୋଗ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । ଏହାପରେ ମନ୍ତ୍ରାଳୟ ପକ୍ଷରୁ ଏକ କନସଲଟେସନ ପେପର ଜାରି କରାଯାଇଥିଲା ।

 

ସମ୍ବନ୍ଧିତ ଖବର