ଦେଶରେ ନିଷିଦ୍ଧ ହୋଇପାରେ ପିଏଫଆଇ, ରାମନବମୀ ହିଂସା ପଛରେ ଏହି ସଂଗଠନର ହାତ ସଂଦେହ

ନୂଆଦିଲ୍ଲୀ : ଗତ ରାମନବମୀ ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ହିଂସା ପାଇଁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆକୁ ଦାୟୀ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ଏହି ସଂଗଠନକୁ ନିଷିଦ୍ଧ କରିବାର ସମ୍ଭାବନା ରହିଛି ।

ଗତ ରାମନବମୀ ଅବସରରେ ଦେଶର କେତେକ ରାଜ୍ୟରେ ହୋଇଥିବା ହିଂସା ପଛରେ ଏକ ସୁଚିନ୍ତିତ ଷଡ଼ଯ଼ନ୍ତ୍ର ଥିବା ଗୁଇନ୍ଦା ସଂସ୍ଥାଗୁଡ଼ିକ ରିପୋର୍ଟ ଦେବାପରେ ସରକାର ସତର୍କ ହୋଇଉଠିଛନ୍ତି । ଦେଶର  ସାଂପ୍ରଦାୟିକ ସଦ୍ଭାବ ବିଗାଡ଼ିବା ସହ ଅଶାନ୍ତି ସୃଷ୍ଟି କରିବାକୁ ହୋଇଥିବା ଏହି ଷଡ଼ଯନ୍ତ୍ର ପଛରେ କୁଖ୍ୟାତ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇର ହାତ ଥିବା ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଏଫଆଇକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି ।

ଦେଶର କେତେକ ରାଜ୍ୟ ପୂର୍ବରୁ ହିଁ ପିଏଫଆଇକୁ ନିଷିଦ୍ଧ କରିସାରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ଅଧିସୂଚନା ଜାରି କରି ଏହାକୁ ସାରା ଦେଶରେ ନିଷିଦ୍ଧ କରିବାକୁ ଯ଼ୋଜନା କରୁଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଗତ ମାସରେ ହୋଇଥିବା ହିଜାବ ବିବାଦ ପଛରେ ବି ଏହି ଫଣ୍ଟ ଥିବା କୁହାଯାଉଛି । ଶିକ୍ଷାନୁଷ୍ଠାନ ପାଇଁ ଥିବା ଏହି ସଂଗଠନର ଶାଖା କାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ ଏହି ବିବାଦ ପଛରେ ଥିବା କୁହାଯାଉଛି ।

 

ସମ୍ବନ୍ଧିତ ଖବର