ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଥିବା ଏକାଧିକ (ଏମ୍ପ୍ଲଇଜ୍ ଷ୍ଟେଟ’ସ ଇନ୍ସ୍ୟୁରାନ୍ସ କମ୍ପାନି) ଇଏସ୍ଆଇସି ହସ୍ପିଟାଲମାନଙ୍କରେ ଏଣିକି ସାଧାରଣ ଲୋକେ ମଧ୍ୟ ଚିକିତ୍ସିତ ହେବାର ସୁବିଧା ପାଇପାରିବେ। ପୂର୍ବରୁ କେବଳ ମାତ୍ର ଏହାର ତାଲିକାଭୁକ୍ତ ସଭ୍ୟ ବା ସଦସ୍ୟମାନେ ହିଁ ଇଏସ୍ଆଇସି ହସ୍ପିଟାଲମାନଙ୍କରେ ଚିକିତ୍ସିତ ହେବାର ସୁଯୋଗ ପାଇ ପାରୁଥିଲେ।
ତେବେ, ଏଣିକି ଚିକିତ୍ସା ସୁବିଧାକୁ ଲୋକଙ୍କ ନିକଟତର କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଇଏସ୍ଆଇସି ହସ୍ପିଟାଲମାନଙ୍କରେ ଏଣିକି ସାଧାରଣ ଲୋକଙ୍କୁ ମଧ୍ୟ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ, ଏହି ସୁବିଧା ସାଧାରଣ ଲୋକଙ୍କୁ ସେହି ସମସ୍ତ ଇଏସ୍ଆଇସି ହସ୍ପିଟାଲମାନଙ୍କରେ ଉପଲବ୍ଧ ହେବ, ଯେଉଁଠାରେ କି ତାଲିକାଭୁକ୍ତ ସଭ୍ୟ ବା ସଦସ୍ୟମାନଙ୍କର କମ୍ ଭିଡ଼ ରହୁଥିବ ଅଥବା ଯେଉଁ ଇଏସ୍ଆଇସି ହସ୍ପିଟାଲଗୁଡ଼ିକ ରୋଗୀଙ୍କ ଦ୍ୱାରା କମ୍ ମାତ୍ରାରେ ବ୍ୟବହୃତ ହେଉଥିବ। ଇଏସ୍ଆଇସି ହସ୍ପିଟାଲମାନଙ୍କରେ ସାଧାରଣ ଲୋକ ୧୦ ଟଙ୍କା ବିନିମୟରେ ଆଉଟଡୋର୍ ଚିକିତ୍ସା ପାଇ ପାରିବେ ଏବଂ ନାମ ମାତ୍ର ଦେୟ ଦେଇ ଇନ୍ଡୋର ଚିକିତ୍ସା ସୁବିଧା ପାଇ ପାରିବେ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ କହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Esic-1.jpg)