ଅନ୍‌ଲକ୍‌-୨.୦: ଚଳଚ୍ଚିତ୍ର ସୁଟିଂ ଆରମ୍ଭ ପାଇଁ କେନ୍ଦ୍ର ସରକାର ଜାରି କରିବେ ଏସ୍‌ଓପି: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ: କରୋନା ମହାମାରୀ ବା କୋଭିଡ୍‌-୧୯ ଦେଶର ଚଳଚ୍ଚିତ୍ର ଶିଳ୍ପ ଜଗତକୁ ଗଭୀର ଭାବେ ପ୍ରଭାବିତ କରିଛି। ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାରି ହୋଇଥିବା ଲକ୍‌ଡାଉନ୍‌ କାରଣରୁ ଏବେ ଦେଶରେ ଚଳଚ୍ଚିତ୍ରର ସୁଟିଂ, ପ୍ରଯୋଜନା ଏପରିକି ରିଲିଜ୍‌ ମଧ୍ୟ ବନ୍ଦ ରହିଛି। ଫଳରେ ବଲିଉଡ୍‌ ଜଗତ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଲକ୍ଷାଧିକ ବ୍ୟକ୍ତିଙ୍କ ଜୀବନ ଓ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ଜଗତ ସହ ସଂପୃକ୍ତ ସମସ୍ତ କାର୍ଯ୍ୟକୁ ଆଉଥରେ ସ୍ୱାଭାବିକ ଓ ତ୍ୱରାନ୍ଵିତ କରିବା ପାଇଁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଏକ ନୂତନ ମାର୍ଗଦର୍ଶନ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‌ଓପି) ଜାରି କରିବେ ବୋଲି ଆଜି (ମଙ୍ଗଳବାର) କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି।

ମହାମାରୀକୁ ଦୃଷ୍ଟିରେ ରଖି ସରକାର ଚଳଚ୍ଚିତ୍ର ସୁଟିଂ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‌ଓପି) ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତରେ, କୋଭିଡ୍‌-୧୯ କାରଣରୁ ଅଟକି ରହିଥିବା ଚଳଚ୍ଚିତ୍ର ସୁଟିଂର ପୁନଃ ଆରମ୍ଭ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଥିରେ ମାର୍ଗଦର୍ଶନ ଜାରି କରାଯିବ। ଚଳଚ୍ଚିତ୍ର ସୁଟିଂ ସହଟିଭି ସିରିଏଲ ଓ ବିଜ୍ଞାପନ ଚଳଚ୍ଚିତ୍ରର ସୁଟିଂ ପାଇଁ ଏଥିରେ ଅ୍ରନୁମତି ମିଳିବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର, ଟେଲିସେରିଆଲ, ବିଜ୍ଞାପନ ଚଳଚ୍ଚିତ୍ରର ସୁଟିଂ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗା ଯାଇଥିଲା।

ସମ୍ବନ୍ଧିତ ଖବର