ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ମାମଲାରେ ହ୍ରାସ ଘଟିଛି ଏବଂ ଗୁରୁବାର ସୁଦ୍ଧା ୧୯୧.୭୯ କୋଟି କୋଭିଡ୍ ଟିକା ଡୋଜ୍ ଦେଶର ହିତାଧିକାରୀମାନଙ୍କୁ ଦିଆଯାଇ ସାରିଲାଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଶୁକ୍ରବାର ଦିନ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସହିତ କରୋନାଭାଇରସ୍ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ କୋଭିଡ୍ ଟିକାକରଣ କଭରେଜ୍ ଗୁରୁବାର ସକାଳ ୭ଟା ସୁଦ୍ଧା ୧୯୧.୭୯ କୋଟି (୧,୯୧,୭୯, ୯୬,୯୦୫) ଅତିକ୍ରମ କରିଛି। ୧୨-୧୪ ବର୍ଷ ବୟସ ଗୋଷ୍ଠୀ ପାଇଁ କୋଭିଡ୍ -୧୯ ଟିକାକରଣ ମାର୍ଚ୍ଚ ୧୬, ୨୦୨୨ରେ ଆରମ୍ଭ ହୋଇଥିଲା ଏପର୍ଯ୍ୟନ୍ତ ୩.୨୨ କୋଟିରୁ ଅଧିକ କିଶୋରଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇ ସାରଲାଣି।
ସେହିପରି ୧୮-୫୯ ବର୍ଷ ବୟସ ଗୋଷ୍ଠୀ ପାଇଁ ସତର୍କତା ଡୋଜ୍ ପ୍ରଦାନ ମଧ୍ୟ ଏପ୍ରିଲ ୧୦, ୨୦୨୨ରୁ ଆରମ୍ଭ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୩୬୪ଟି ତାଜା ମାମଲା ସହିତ କରୋନାଭାଇରସ୍ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଘଟିଛି। ଭାରତର ସକ୍ରିୟ କେସ୍ ଲୋଡ୍ ବର୍ତ୍ତମାନ ୧୫,୪୧୯ରେ ପହଞ୍ଚିଛି। ଦେଶର ଦୈନିକ ସକାରାତ୍ମକତା (ପଜିଟିଭିଟି) ହାର ୦.୫୦ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/covid1.jpg)