ସିପିଙ୍ଗ୍‌ ଚାନେଲ୍‌ ପ୍ରୋଜେକ୍ଟ୍‌ ପାଇଁ ରାମ ସେତୁ ନଷ୍ଟ କରିବୁ ନାହିଁ

ନୂଆଦିଲ୍ଲୀ: ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସେତୁ ସମୁଦ୍ରମ୍‌ ସିପ୍‌ ଚାନେଲ୍‌ ପ୍ରକଳ୍ପ ନିମନ୍ତେ ପୌରାଣିକ ରାମ ସେତୁକୁ ନଷ୍ଟ କରିବେ ନାହିଁ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛନ୍ତି।

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ତା’ର ସତ୍ୟପତ୍ରରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କୁ କହିଛି କି, ସେତୁସମୁଦ୍ରମ୍‌ ପ୍ରକଳ୍ପ ବିରୋଧରେ ବିଜେପି ନେତା ସୁବ୍ରମଣିଆନ୍‌ ସ୍ୱାମୀଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାକୁ ଏବେ ସରକାରଙ୍କ ପ୍ରତିଶ୍ରୁତି ଆଧାରରେ ଶେଷ କରାଯାଉ।

ଫାଇଲ୍‌ କରାଯାଇଥିବା ସତ୍ୟପତ୍ରରେ ମନ୍ତ୍ରାଳୟ କହିଛି ଯେ ରାମ ସେତୁକୁ ନଷ୍ଟ ନ କରି ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସେତୁସମୁଦ୍ରମ୍‌ ସିପ୍‌ ଚାନେଲ୍‌ ପ୍ରକଳ୍ପକ ପାଇଁ ବିକଳ୍ପ ଉପାୟ ଖୋଜାଯିବ।

ସତ୍ୟପତ୍ରରେ ଆହୁରି କୁହାଯାଇଛି ଯେ ରାମ ସେତୁ ଖନନ କରିବା ଦ୍ୱାରା ସାମାଜିକ ଆର୍ଥିକ କ୍ଷେତ୍ରରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ତାହା ଜାତୀୟ ସ୍ୱାର୍ଥ ପାଇଁ ଅନୁକୂଳ ହେବ ନାହିଁ।

କେନ୍ଦ୍ର ସରକାରଙ୍କ ତରଫରୁ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ପିଙ୍କି ଆନନ୍ଦ କହିଲେ ଯେ ପୂର୍ବ ନିର୍ଦେଶ ମୁତାବକ କେନ୍ଦ୍ର ସରକାର ଜବାବ ଦାଖଲ କରିଥିବାରୁ ମାମଲାକୁ ଶେଷ କରି ଦିଆଯାଉ।

ସମ୍ବନ୍ଧିତ ଖବର