୧୫ ଦିନ ମଧ୍ୟରେ ରାଜ୍ୟମାନଙ୍କୁ ୧.୯୨ କୋଟି ଟିକା ମାଗଣାରେ ଯ଼ୋଗାଇଦେବ କେନ୍ଦ୍ର

ନୂଆଦିଲ୍ଲୀ : ଟିକା ଅଭାବ ଯ଼ୋଗୁଁ ସାରା ଦେଶରେ ଟିକାକରଣ ପ୍ରଭାବିତ ହୋଇଥିବାବେଳେ କେନ୍ଦ୍ର ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଚଳିତ ମାସ ଶେଷସୁଦ୍ଧା ରାଜ୍ୟମାନଙ୍କୁ ପ୍ରାୟ ୧ କୋଟି ୯୨ ଲକ୍ଷ ଡୋଜ୍ ଟିକା ମାଗଣାରେ ପ୍ରଦାନ କରାଯ଼ିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ଏ ସମ୍ପର୍କରେ ଏକ ଟ୍ବିଟ କରି ଘୋଷଣା କରିଛନ୍ତି କେନ୍ଦ୍ର ପରିବେଶ ଓ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର । ସେ କହିଛନ୍ତି ଯ଼େ ମେ ୧୬ରୁ ୩୧ ମଧ୍ୟରେ ରାଜ୍ୟମାନଙ୍କୁ ୧ କୋଟି ୯୨ ଲକ୍ଷ ଟିକା ଯ଼ୋଗାଣ ଦିଆଯ଼ିବ ।

ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ୧ କୋଟି ୯୨ ଲକ୍ଷ ଡୋଜ ମଧ୍ୟରେ ପ୍ରାୟ ୧ କୋଟି ୬୨ ଲକ୍ଷ ଡୋଜ୍ କୋଭିସିଲଡ ଓ ୨୯ ଲକ୍ଷ ୪୯ ହଜାର ଡୋଜ କୋଭାକ୍ସିନ ରହିଛି ।

କେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ କେବେ ଟିକା ପଠାଯ଼ିବ ତାହା ଆଗୁଆ ଜଣାଇଦିଆଯ଼ିବ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନେ ଏସବୁ ଟିକାର ଉପଯ଼ୁକ୍ତ ବ୍ୟବହାର କରିବା ସହ ଅପଚୟ ହ୍ରାସ କରିବା ଉପରେ ଗୁରୁତ୍ବ ଦେବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯ଼ାଇଛି ।

ସମ୍ବନ୍ଧିତ ଖବର