ନୂଆଦିଲ୍ଲୀ: ଦିଲ୍ଲୀର ଜାମା ମସଜିଦ୍ ସମେତ ୧୨୩ଟି (ଭୂ) ସମ୍ପତ୍ତି ଫେରାଇ ନେବାକୁ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ଦିଲ୍ଲୀ ଓ୍ଵାକଫ୍ ବୋର୍ଡକୁ ନୋଟିସ୍ ଜାରି କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର ସମୟରେ ଜାମା ମସଜିଦକୁ ୱାକ୍ଫ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା। ଏବେ କେନ୍ଦ୍ର ସରକାର ଏହି ଜାମା ମସଜିଦ ସମେତ ଦିଲ୍ଲୀର ୧୨୩ଟି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଫେରାଇ ନେବେ। ତେବେ ଯେଉଁ ମସଜିଦକୁ ଫେରାଇ ନେବାକୁ ପଡ଼ିବ ତାହା ଲାଲ୍ କିଲ୍ଲା ନିକଟରେ ଥିବା ଜାମା ମସଜିଦ୍ ନୁହେଁ। ଏହି ଜାମା ମସଜିଦ କେନ୍ଦ୍ରୀୟ ଦିଲ୍ଲୀରେ ଅବସ୍ଥିତ ଅନ୍ୟ ଏକ ଜାମା ମସଜିଦ୍ ।

Advertisment

କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ଅଣ-ନୋଟିଫାଏଡ୍ ଓ୍ଵାକଫ୍ ସମ୍ପତ୍ତି ଉପରେ ଦୁଇ ଜଣିଆ କମିଟିର ରିପୋର୍ଟ ଆଧାରରେ ଦିଲ୍ଲୀ ଓ୍ଵାକଫ୍ ବୋର୍ଡର ୧୨୩ଟି ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେବାକୁ ନିଷ୍ପତ୍ତି ନେଇଛି। ଏଥିରେ ମସଜିଦ, ଦରଗା ଓ କବରସ୍ଥାନ ରହିଛି। ମନ୍ତ୍ରଣାଳୟ ଦିଲ୍ଲୀ ଓ୍ଵାକଫ୍ ବୋର୍ଡ ଅଧ୍ୟକ୍ଷ ତଥା ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଚିଠି ଲେଖି ଏହି ନିଷ୍ପତ୍ତି ବିଷୟରେ ଅବଗତ କରାଇଥିଲା।

ଯେଉଁ ସମ୍ପତ୍ତି ପ୍ରତ୍ୟାହାର ପାଇଁ ନୋଟିସ୍ ଜାରି କରାଯାଇଛି, ସେମାନେ କୌଣସି ନା କୌଣସି ସମୟରେ ସରକାରଙ୍କ ନିକଟରେ ଥିଲା। ମନମୋହନ ସିଂହ ଙ୍କ ସରକାର ସମୟରେ ଏହି ସମ୍ପତ୍ତିକୁ ୱାକ୍ଫ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା। କେନ୍ଦ୍ର ସହରାଞ୍ଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ଜମି ଓ ଉନ୍ନୟନ କାର୍ଯ୍ୟାଳୟ ୱାକଫ୍ ବୋର୍ଡକୁ ଏକ ନୋଟିସ୍ ପଠାଇ ଆବଶ୍ୟକ କାଗଜପତ୍ର ଉପସ୍ଥାପନ କରିବାକୁ କହିଛି, ଯେଉଁଥିରେ ବୋର୍ଡ ଏହି ସମ୍ପତ୍ତିଗୁଡ଼ିକୁ କାହିଁକି ଦିଆଯିବ ତାହା ସ୍ପଷ୍ଟ କରିପାରିବ।