କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିବା ସମ୍ଭାବନା କମ : ରିପୋର୍ଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଥିବାବେଳେ କେନ୍ଦ୍ର ସରକାର ଗତ ବର୍ଷ ପରି ପୁଣି ଥରେ ଲକଡାଉନ ଲଗାଇବାର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି ।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଦେଶରେ ଏବେ ପଜିଟିଭିଟି ହାର ୧୫ ପ୍ରତିଶତ ଉପରେ ରହିଛି । ସେହିପରି ଦେଶର ପ୍ରାୟ ୧୫୦ଟି ଜିଲ୍ଲାରେ ମିନି-ଲକଡାଉନ ଲଗାଯାଇଛି । ରେକର୍ଡ ସଂକ୍ରମଣକୁ ରୋକିବାକୁ ଭାରତରେ ଲକଡାଉନ ଲଗାଇବା ଅବଶ୍ୟମ୍ଭାବି ହୋଇପଡ଼ିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହା ସତ୍ତ୍ବେ ଭାରତ ସରକାର ଦେଶବ୍ୟାପୀ ଲକଡାଉନ ଲଗାଇବାର ସମ୍ଭାବନା କମ ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଟିକା ନୀତିକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଟିକା କମ୍ପାନିମାନେ ଗୋଟିଏ ପ୍ରକାର ଦରରେ କେନ୍ଦ୍ର ସରକାରଙ୍କୁ ବିକ୍ରି କରିବେ ଓ ଏକ ଚଢା ଦରରେ ରାଜ୍ୟମାନଙ୍କୁ ବିକ୍ରି କରିବା ଦ୍ବାରା ୩ୟ ପର୍ଯ୍ୟାୟ ଟିକାକରଣ ଗୁରୁତରଭାବେ ପ୍ରଭାବିତ ହେବ । ଏଣୁ ସରକାର ଏହି ଟିକା ନୀତିର ପୁନର୍ବିଚାର କରନ୍ତୁ ବୋଲି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର