ଆଧାର କାର୍ଡ ଉପରେ ସରକାର ଦେଇଥିବା ପରାମର୍ଶ ପ୍ରତ୍ୟାହାର କଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଧାର କାର୍ଡକୁ ନେଇ ଦେଇଥିବା ପରାମର୍ଶ ପ୍ରତ୍ୟାହାର କରିନେଇଛନ୍ତି। ରବିବାର ସକାଳେ ଆଧାର କାର୍ଡକୁ ନେଇ କିଛି ପରାମର୍ଶ ଦେଇଥିଲେ।  ଯେଉଁଥିରେ କୁହାଯାଇଥିଲା କି ଆପଣ ନିଜର ଆଧାର କାର୍ଡର ଫଟୋ ଅନ୍ୟ କାହାକୁ ମେସେଜ କରିବେ ନାହିଁ । ଏହା ଦ୍ବାରା ଆପଣଙ୍କ ଆଧାରକାର୍ଡର ଦୁରୁପଯୋଗ ହୋଇପାରେ । ହେଲେ ଏବେ ସରକାର ଏହି ପରାମର୍ଶ ପ୍ରତ୍ୟାହାର କରି ନେଇଛନ୍ତି ।

ସରକାର ଜାରି କରିଥିବା ନୂଆ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ସରକାର ଯେଉଁ ପରାମର୍ଶ ଦେଇଥିଲେ ତାହା ଭୁଲ ଥିଲା। ତେଣୁ ଏହାକୁ ପ୍ରତ୍ୟାହାର କରାଯାଇଛି।

ସମ୍ବନ୍ଧିତ ଖବର