ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମଣ ହାର ଏବେ ବୃଦ୍ଧି ପାଉଥିବା ଦେଖି ଟୀକାକରଣର ଗତିକୁ ଯଥେଷ୍ଟ ବୃଦ୍ଧି କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱାସ୍ଥ୍ୟ ସଚିବ ରାଜ୍ୟ ସରକାରମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, “ବହୁ ସଂଖ୍ୟକ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଏବେ କରୋନା ଟିକା ଦେବା କାମ ବାକି ରହିଛି। ବିଭିନ୍ନ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଟୀକାକରଣ ଅଭିଯାନକୁ ଆହୁରି ଅଧିକ ଗତିଶୀଳ କରିବାର ଆବଶ୍ୟକତା ରହିଛି। ଆଗାମୀ ଦିନରେ ଅଧିକରୁୁ ଅଧିକ ହିତାଧିକାରୀଙ୍କୁ ଟିକା ଦେବା ନେଇ ଲକ୍ଷ୍ୟ ରଖିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପରାମର୍ଶ ଦିଆଯାଇଛି। ଟୀକାକରଣ ପ୍ରକ୍ରିୟା ଅଧିକ ବେଗରେ ବଢ଼ିଲେ ହିଁ ସଂକ୍ରମଣ କମ ହୋଇପାରି। ମାର୍ଚ୍ଚ୧, ୨୦୨୧ରୁ ସମସ୍ତ ନିର୍ଦ୍ଦିଷ୍ଟ ଟୀକାକରଣ ଦିନରେ କରୋନା ଟୀକାକରଣ ସେବା ପ୍ରଦାନ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପିଏଚସି, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର, ସ୍ୱାସ୍ଥ୍ୟ ଉପ-କେନ୍ଦ୍ର ପ୍ରସ୍ତୁତ ହେବା ଉଚିତ୍ ବୋଲି ସେ କହିଛନ୍ତି।
aninewsଏହି ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ୫୦ବର୍ଷରୁ ଅଧିକ ଲୋକଙ୍କ ଟିକା ଦେବା ପାଇଁ ଗୋଟେ ସପ୍ତାହରେ ଟିକା ଦିଆଯାଉଥିବା ଦିନକୁ ବୃଦ୍ଧି କରାଯିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/ସ-85.jpg)