ମିଥ୍ୟା ଖବର ପ୍ରଚାର କରୁଥିବା ଟ୍ଵିଟର ହାଣ୍ଡଲ୍‌ଗୁଡ଼ିକୁ ରଦ୍ଦ କରିବା ପାଇଁ ଟ୍ଵିଟର ଇଣ୍ଡିଆକୁ କହିଲେ ସରକାର

ନୂଆଦିଲ୍ଲୀ : ଟ୍ଵିଟର ଓ ଅନ୍ୟ ସୋସିଆଲ ମିଡିଆର ବ୍ୟବହାର କରି ଭାରତରେ କଶ୍ମୀର ସ୍ଥିତିକୁ ନେଇ ମିଥ୍ୟା ପ୍ରଚାର କରାଯାଉଛି ଓ ଏହା ମାଧ୍ୟମରେ ଦେଶରେ ସାଂପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଏହାକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି ଓ କେତେକ ନିର୍ଦ୍ଦିଷ୍ଟ ଟ୍ଵିଟର ହାଣ୍ଡଲକୁ ବ୍ଲକ୍‌ କରିବାକୁ ଟ୍ଵିଟର ଇଣ୍ଡିଆକୁ କୁହାଯାଇଛି ।  ଏହି ଟ୍ଵିଟର ହାଣ୍ଡଲଗୁଡ଼ିକ ହୁରିୟାତ ନେତା ସହୟ ଅଲି ଶାହ ଗିଲାନୀଙ୍କ ଲୋକମାନେ ଚଳାଉଥିବା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ଟ୍ଵିଟର ହାଣ୍ଡଲ ଗୁଡ଼ିକ ହେଲେ 1. @kashmir787 — Voice of Kashmir,2. @Red4Kashmir — MadihaShakil Khan, 3. @arsched — Arshad Sharif, 4. @mscully94 — Mary Scully, 5. @sageelaniii — Syed Ali Geelani, 6. @sadaf2k19
7. @RiazKha61370907, 8. RiazKha723  ।

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଯିବା ପରେ ରାଜ୍ୟରେ ସରକାର ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । ଏହା ସତ୍ତ୍ୱେ ବିଦେଶରୁ ଏପରିକି ପାକିସ୍ତାନରୁ ଅପରେଟ ହେଉଥିବା କେତେକ ଟ୍ଵିଟର ହାଣ୍ଡଲ ଭାରତ ବିରୋଧରେ ମିଥ୍ୟା ପ୍ରଚାର ଚଳାଇଛନ୍ତି । ଏହାକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର