ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ କେତେକ ଦେଶ ଆତଙ୍କବାଦକୁ ସେମାନଙ୍କ ବୈଦେଶିକ ନୀତିର ଅଂଶବିଶେଷ ଭାବେ ସମର୍ଥନ କରୁଛନ୍ତି ବୋଲି ଆଜି ଦିଲ୍ଲୀରେ ଆୟୋଜିତ ‘ନୋ ମନି ଫର୍ ଟେରର୍ ମିନିଷ୍ଟରିୟାଲ୍ କନ୍ଫରେନ୍ସ୍’ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ଥାନ ବିଶେଷକୁ ଆଧାର କରି ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପ୍ରତି ପ୍ରତିକ୍ରିୟାର ତୀବ୍ରତା ଭିନ୍ନ ହେବା ଅନୁଚିତ। ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ବିରୋଧରେ ସମାନ ପ୍ରତିକ୍ରିୟା ଓ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଆତଙ୍କବାଦ ମାନବତା, ସ୍ବାଧୀନତା ଓ ସଭ୍ୟତା ଉପରେ ଆକ୍ରମଣ ହୋଇଥିବାରୁ ବୈଶ୍ବିକ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ବିଭ୍ରାନ୍ତିକର ଦୃଷ୍ଟିଭଙ୍ଗୀର ସ୍ଥାନ ନାହିଁ।
ବିଶ୍ବ ଗୁରୁତ୍ବାରୋପ କରିବାର ବହୁ ପୂର୍ବରୁ ଆମ ଦେଶ ଆତଙ୍କବାଦର ନକାରାତ୍ମକ ଦିଗ ଉପଲବ୍ଧି କରିଛି। ଦଶନ୍ଧି ଦଶନ୍ଧି ହେବ ଆତଙ୍କବାଦ ବିଭିନ୍ନ ନାଁ ଏବଂ ରୂପରେ ଭାରତକୁ ଆଘାତ ଦେବାକୁ ଉଦ୍ୟମ କରିଛି। ଆମେ ଅସଂଖ୍ୟ ମୂଲ୍ୟବାନ ଜୀବନ ହରାଇ ମଧ୍ୟ ସାହସର ସହିତ ଆତଙ୍କବାଦର ମୁକାବିଲା କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Image Courtesy of Republic Worldପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ବିଚାରରେ ଗୋଟିଏ ଆତଙ୍କବାଦ ଆକ୍ରମଣ ଅନେକ ଆକ୍ରମଣ ସଙ୍ଗେ ସମାନ। ଗୋଟିଏ ଜୀବନହାନି ଅନେକ ଜୀବନହାନି ସହିତ ସମାନ। ଆତଙ୍କବାଦକୁ ନିର୍ମୂଳ ନ କରିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁନାହିଁ।
ଆଜିର ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରି ନ ଥିବା ପାକିସ୍ତାନ ଓ ଆଫଗାନିସ୍ତାନ ପ୍ରତି ପ୍ରକାରାନ୍ତରେ ସାମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ଦ୍ଦିଷ୍ଟ କେତେକ ଦେଶ ଆତଙ୍କବାଦକୁ ସେମାନଙ୍କର ବୈଦେଶିକ ନୀତିର ଅଂଶବିଶେଷ କରିଛନ୍ତି। ସେମାନେ ତାଙ୍କୁ ରାଜନୈତିକ, ଆଦର୍ଶଗତ ଓ ଅର୍ଥନୈତିକ ସାହାଯ୍ୟ ଯୋଗାଇ ଦେଉଛନ୍ତି।
Image Courtesy of NDTVବିଶେଷକରି, ଗରିବ ଓ ଆଞ୍ଚଳିକ ଅର୍ଥନୀତି ଉପରେ ଆତଙ୍କବାଦର ଦୀର୍ଘକାଳୀନ ପ୍ରଭାବ ଅତି ଉତ୍କଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Some-Countries-Adopted-Terrorism-For-Foreign-Policy_Thumbnail-1.jpg)