ଏଣିକି ସରକାରୀ ଓ ବ୍ୟାଙ୍କ ଚାକିରି ପାଇଁ ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ : ଏଣିକି ସବୁ ସରକାରୀ ଓ ବ୍ୟାଙ୍କ ପରୀକ୍ଷା ପାଇଁ ଗୋଟିଏ ସାଧାରଣ ପରୀକ୍ଷା କରାଯିବ । ଏହାକୁ କମନ ଏଲିଜିବିଲିଟି ଟେଷ୍ଟ( ସିଇଟି) ବା ସାଧାରଣ ଯୋଗ୍ୟତା ପରୀକ୍ଷା କୁହାଯିବ । ଏହି ପରୀକ୍ଷା ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଜାତୀୟ ନିଯୁକ୍ତି ସଂସ୍ଥା(ଏନଆରଏ) ଗଠନ କରାଯିବ । ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି ।

ଜାତୀୟ ନିଯୁକ୍ତି ସଂସ୍ଥା ପକ୍ଷରୁ ଗ୍ରୁପ ବି ଓ ସି ବର୍ଗର କର୍ମଚାରୀ ଚୟନ ପାଇଁ କମନ ଏଲିଜିବିଲିଟି ଟେଷ୍ଟ( ସିଇଟି) ଆୟୋଜନ କରାଯିବ । ଏନଆରଏରେ ରେଳ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟ,ଏସଏସବି, ଆରଆରବି, ଆଇବିପିଏସ ଆଦି ସଂସ୍ଥାର ପ୍ରତିନିଧି ରହିବେ । ଏନଆରଏ ବିଭିନ୍ନ ବୈଜ୍ଞାନିକ ଉପାୟରେ ସ୍ୱଚ୍ଛତାର ସହ ପରୀକ୍ଷା ପରିଚାଳନା କରିବ । ଦେଶର ପ୍ରତି ଜିଲ୍ଲାରେ ଏନଆରଏର ପରୀକ୍ଷାକେନ୍ଦ୍ର ରହିବ । ଏହା ଫଳରେ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ଉପକୃତ ହୋଇପାରିବେ । କାରଣ ଗୋଟିଏ ପରୀକ୍ଷା ଯୋଗୁଁ ପରୀକ୍ଷାର୍ଥୀଙ୍କୁ ବାରମ୍ବାର ବିଭିନ୍ନ ପରୀକ୍ଷା ପାଇଁ ଖାର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ସିଇଟିର ସ୍କୋର ତିନିବର୍ଷ ପାଇଁ ବୈଧ ରହିବ । ତେବେ ପ୍ରାର୍ଥୀ ନିଜର ସ୍କୋରରେ ଉନ୍ନତି ଆଣିବାକୁ ଏକାଧିକ ଥର ପରୀକ୍ଷା ଦେଇପାରିବେ ।

ସମ୍ବନ୍ଧିତ ଖବର