ଶାହାରୁଖ ଖାନ ବିଜେପିରେ ମିଶିଗଲେ ଡ୍ରଗ୍ସ ଚିନି ପାଲଟିଯିବ!

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ନେଇ ଏବେ ଖବର ଶିରୋନାମାରେ ରହିଛନ୍ତି | ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଏବେ ମଧ୍ୟ ଜେଲରେ ଅଛନ୍ତି ଏବଂ ଜାମିନ ମିଳିପାରୁନାହିଁ। ଶାହାରୁଖ ମଧ୍ୟ ଦୁଇ ଦିନ ପୂର୍ବେ ତାଙ୍କ ପୁଅଙ୍କୁ ଭେଟିବାକୁ ଯାଇଥିଲେ। ଆଉ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି | ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଲ, ଶାହାରୁଖ ଖାନ ଏବଂ ବିଜେପିକୁ ନେଇ ଏକ ରୋଚକ ବିବୃତ୍ତି ଦେଇଛନ୍ତି।

ମନ୍ତ୍ରୀ ଛଗନ ଭୁଜବଲ କହିଛନ୍ତି ଯେ ଯଦି ଶାହାରୁଖ ଖାନ ବିଜେପିରେ ଯୋଗ ଦିଅନ୍ତି ତେବେ ‘ଡ୍ରଗ୍ସ ଚିନିରେ ପରିଣତ ହେବ’। ଛଗନ ଅଭିଯୋଗ କରିଛନ୍ତି ଯେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ବହୁମାତ୍ରାରେ ନିଶା ଦ୍ରବ୍ୟ ଜବତ ହୋଇଥିଲେ ବି କେନ୍ଦ୍ରୀୟ ଏଜେନ୍ସି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ଘଟଣାର ଅନୁସନ୍ଧାନ କରିବା ପରିବର୍ତ୍ତେ ଶାହରୁଖ ଖାନଙ୍କ ପଛରେ ପଡିଛି ।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା କହିଛନ୍ତି ଯେ ଯଦି ଶାହାରୁଖ ଖାନ ବିଜେପିରେ ଯୋଗ ଦିଅନ୍ତି, ତେବେ ଡ୍ରଗ୍ସ ଚିନିରେ ପରିଣତ ହେବ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛଗନ କହିଛନ୍ତି ଯେ ଓବିସି କୋଟାକୁ ନେଇ ମହାରାଷ୍ଟ୍ର ସରକାର ଏକ ଅଧ୍ୟାଦେଶ ଆଣିଥିଲେ, କିନ୍ତୁ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି | ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ବିଜେପି ବିରୋଧ କରୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର