ଚହଲଙ୍କ ସ୍ତ୍ରୀ ଟ୍ରୋଲର୍ସଙ୍କୁ କଲେ ଅନୁରୋଧ, ମୋ ପରିବାରରେ ହେଉଛି ଅଶାନ୍ତି, ପ୍ଲିଜ୍ ଘୃଣା ପ୍ରଚାର କରନ୍ତୁ ନାହିଁ

କୋଲକାତା: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡ଼ିଆ ସେଂସେସନରୁ ଏବେ ଷ୍ଟାର ପାଲଟିବାରେ ଲାଗିଛନ୍ତି। ସେ ଜଣେ ଉଚ୍ଚକୋଟୀର ଡ୍ୟାନ୍ସର ତେବେ ରିୟଲିଟ ଶୋ’ ‘ଝଲକ ଦିଖଲା ଯା’କୁ ଆସିବା ପରେ ତାଙ୍କର ଲୋକପ୍ରିୟତା ଅଧିକ ବଢ଼ିଯାଇଛି। ଏହା ପୂର୍ବରୁ ଧନଶ୍ରୀ ଅପାରଶକ୍ତି ଖୁରାନାଙ୍କ ସହିତ ଏକ ମ୍ୟୁଜିକ୍ ଭିଡ଼ିଓରେ ଆସିଥିଲେ। ସେ ଜଣେ ମଡେଲ ମଧ୍ୟ। ଗତ କିଛି ଦିନ ଧରି ସେ ସୋସିଆଲ ମିଡ଼ିଆରେ ଟ୍ରୋଲର୍ସଙ୍କ ନଜରରେ ଅଛନ୍ତି। ‘ଝଲକ ଦିଖଲା ଯା’ ପରେ କୋରିଓଗ୍ରାଫର ପ୍ରତୀକ ଉତେକରଙ୍କ ସହିତ ତାଙ୍କର କ୍ଲୋଜ୍ ଫଟୋ ପ୍ରକାଶ ପାଇଥିଲା। ଏହାପରେ ସେ ଟ୍ରୋଲ୍ ହେବାରେ ଲାଗିଥିଲେ। ତେବେ ଏବେ ଧନଶ୍ରୀ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି।

ଶନିବାର ସେ ନିଜର ଅଫିସିଆଲ ଇନଷ୍ଟାଗ୍ରାମ୍ ପେଜ୍ ରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ଭିଡ଼ଓରେ ସେ ଟ୍ରୋଲର୍ସଙ୍କୁ ଅନୁରୋଧ କରିଛନ୍ତି, ଟ୍ରୋଲ୍ ଦ୍ବାରା ମୋ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ପ୍ଲିଜ୍ ଦୟାକରି ଘୃଣା ପ୍ରଚାର କରନ୍ତୁ ନାହିଁ। ସୋସିଆଲ ମିଡ଼ିଆରେ ନିକଟ ଅତୀତରେ ଯାହାବି କିଛି ହୋଇଛି ‌ତାହା ଯୋଗୁ ମୋ ପରିବାର ଉପରେ ପ୍ରଭାବ ପଡ଼ିଛି। ପ୍ରଥମେ ପ୍ରଥମେ ବେଶି କିଛି ସମସ୍ୟା ହେଉ ନ ଥିଲା। କିନ୍ତୁ ଏସବୁ ଯୋଗୁ ପାରିବାରିକ ଅଶାନ୍ତି ବଢ଼ିବାରେ ଲାଗିଛି। ତେଣୁ ଘୃଣା ସୃଷ୍ଟି କରୁଥିବା କାର୍ଯ୍ୟ ନ କରି ପ୍ରେମ ଏବଂ ଭଲ ପାଇବା ସୃଷ୍ଟି କରୁଥିବା କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି।

https://www.instagram.com/reel/C4kl3GVI4le/?utm_source=ig_embed&ig_rid=356a93e6-3a4c-459e-bdc8-fd173c274ff2

ଭିଡ଼ିଓରେ ‌‌ଶେଷରେ ସେ କହିଛନ୍ତି ମୁଁ ଜଣେ ଫାଇଟର ଭାବେ ଜଣାଶୁଣା। ମୁଁ କେବେ ଗିଭ୍ ଅପ୍ କରି ନାହିଁ। ମୁଁ ଏବେ ସେହିଭଳି ଛିଡା ହୋଇଛି। ମୁଁ ଗିଭ୍ ଅପ୍ କରିବି ନାହିଁ। ତେବେ ଟ୍ରୋଲର୍ସ ମାନଙ୍କୁ ସେ କହିଛନ୍ତି ଦୟାକରି ସମ୍ବେଦନଶୀଳ ଘଟଣା ପ୍ରତି ବିଶେଷ ଯତ୍ନଶୀଳ ହେବା ଜରୁରୀ। ମୋର ଆଶା ଓ ବିଶ୍ବାସ ଅଗାମୀ ଦିନରେ ଟ୍ରୋଲର୍ସ ଏଥିପ୍ରତି ଧ୍ୟାନ ଦେବେ।

ସମ୍ବନ୍ଧିତ ଖବର