ଅହମଦାବାଦ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହେଲା ସୁସ୍ମିତା ଓ ସୁବ୍ରତ ବାଗଚୀ ଚେୟାର ପ୍ରଫେସରସିପ୍

ଭୁବନେଶ୍ବର : ଓଡିଆ ଲେଖିକା ସୁସ୍ମିତା ବାଗଚୀ ଏବଂ ତାଙ୍କ ସ୍ୱାମୀ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ ସୁବ୍ରତ ବାଗଚୀ ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟରେ ଜନସ୍ୱାସ୍ଥ୍ୟ ବିଭାଗରେ ଏକ ଚେୟାର ପ୍ରଫେସରସିପ୍ ପ୍ରଦାନ କରିଛନ୍ତି।

ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ  ଜନସ୍ୱାସ୍ଥ୍ୟ ମହାବିଦ୍ୟାଳୟ ବା ସ୍କୁଲ ଅଫ ପବ୍ଲିକ ହେଲଥ ପ୍ରତିଷ୍ଠା କରାଯାଇଛି ଓ  ଏହାର ନେତୃତ୍ୱ ନେବା ପାଇଁ ଡିନ୍ ଖୋଜୁଛି। ଏହି ଡିନ ଚେୟାରକୁ ସୁସ୍ମିତା ଏବଂ ସୁବ୍ରତ ବାଗଚୀ ପ୍ରଫେସରସିପ୍ ବୋଲି କୁହାଯିବ ।

ଉଭୟ ଓଡିଆ ଏବଂ ଇଂରାଜୀରେ ଲେଖୁଥିବା ଲେଖିକା ସୁସ୍ମିତା ବାଗଚୀଙ୍କୁ ‘ଆକାଶ ଯେଉଁଠି କଥା’ ନାମକ କ୍ଷୁଦ୍ରଗଳ୍ପ ସଂକଳନ ପାଇଁ ୧୯୯୨ ରେ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା। ସେ  ଏବେ ଓଡିଶାର ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ଅଛନ୍ତି । ଶ୍ରୀ ସୁବ୍ରତ ବାଗଚୀ ଦେଶରେ ଜଣେ ସମ୍ମାନିତ ମ୍ୟାନେଜମେଣ୍ଟ ଗୁରୁ, ଉଦ୍ୟୋଗୀ ତଥା ମାଇଣ୍ଡଟ୍ରିର ପ୍ରତିଷ୍ଠାତା ଭାବେ ଜଣାଶୁଣା ।

 

ସମ୍ବନ୍ଧିତ ଖବର