କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଚକ୍ରଧର ତ୍ରିପାଠୀ

ନୂଆଦିଲ୍ଲୀ : ପ୍ରଫେସର ଚକ୍ରଧର ତ୍ରିପାଠୀ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୁଳପତି ହେବେ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ଖୁବ୍‌ ଶୀଘ୍ର ପ୍ରଫେସର ତ୍ରିପାଠୀଙ୍କ ନିଯୁକ୍ତି ସମ୍ବନ୍ଧୀୟ ଆଦେଶ ଜାରି ହେବ ବୋଲି ସୂଚନା ମିଳିଛି। ସେ ଏବେ ‘ବିଶ୍ବ ଭାରତୀ’ର ହିନ୍ଦୀ ବିଭାଗରେ କାର୍ଯ୍ୟରତ। ଗତ ବର୍ଷ ଜୁଲାଇରେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ଆଇ. ରମାବ୍ରହ୍ମମଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ କୁଳପତି ପଦବି ଖାଲି ପଡ଼ିଥିଲା।

ସମ୍ବନ୍ଧିତ ଖବର