ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ହିନ୍ଦୀ ଚଳଚ୍ଚିତ୍ର ‘ସମ୍ରାଟ୍ ପୃଥ୍ବୀରାଜ’ର ସ୍ବତନ୍ତ୍ର ପ୍ରଦର୍ଶନ ଦେଖି ସାରି ବକ୍ତବ୍ୟ ଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରେକ୍ଷାଳୟର ପ୍ରସ୍ଥାନ ଆଡ଼କୁ ଯାଉଥିବା ବେଳେ କୁଆଡ଼େ ଯିବେ ବୋଲି ଜାଣି ନ ପାରି ଠିଆ ହୋଇଥିବା ପତ୍ନୀ ସୋନାଲ୍ଙ୍କୁ ଗମ୍ଭୀର ସ୍ବରରେ କହିଲେ, ‘ଚଲିୟେ ହୁକୁମ୍‘। ଶାହଙ୍କ କଣ୍ଠସ୍ବର ଠିକ୍ ‘ସମ୍ରାଟ୍ ପୃଥ୍ବୀରାଜ’ ଚଳଚ୍ଚିତ୍ରର ପାତ୍ରମାନେ ପରସ୍ପର ସହ କରୁଥିବା କଥାବାର୍ତ୍ତାର ସ୍ବର ଭଳି ଶୁଭିଥିଲା।
ବକ୍ତବ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ଐତିହାସିକ ଚଳଚ୍ଚିତ୍ରର ଅଭିନେତା ଓ ପରିଚାଳକମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ, ଜଣେ ଇତିହାସ ଛାତ୍ର ଭାବେ ସେ କେବଳ ଭାରତର ସାଂସ୍କୃତିକ ସଂଗ୍ରାମ ବର୍ଣ୍ଣନା କରୁଥିବା ଏହି ଚଳଚ୍ଚିତ୍ରଟିକୁ ଉପଭୋଗ କରି ନାହାନ୍ତି, ଭାରତୀୟମାନଙ୍କ ନିମନ୍ତେ ଏଥିରେ ଥିବା ତାତ୍ପର୍ଯ୍ୟ ଭିତରେ ମଜ୍ଜି ଯାଇଥିଲେ।
Image Courtesy of Internet Explorer Channel Networkଅମିତ ଶାହ କହିଲେ, ୧୩ ବର୍ଷ ପରେ ସେ ସପରିବାର ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଦେଖିଲେ। ଚଳଚ୍ଚିତ୍ରର ଅଭିନେତା/ଅଭିନେତ୍ରୀ ଓ ପରିଚାଳକମାନେ ବସିଥିବା ଧାଡ଼ି ପରେ ସପରିବାର ବସି ଚଳଚ୍ଚିତ୍ର ଦେଖିବେ ବୋଲି ଶାହ କହିବାରୁ ଉପସ୍ଥିତ ବ୍ୟକ୍ତିମାନେ ଧନ୍ୟ ଧନ୍ୟ କହିଥିଲେ।
ଶାହ କହିଲେ ଯେ, ଚଳଚ୍ଚିତ୍ରଟି ବାସ୍ତବରେ ନାରୀଙ୍କୁ ସମ୍ମାନ ପ୍ରଦର୍ଶନ ଏବଂ ସେମାନଙ୍କୁ ସଶକ୍ତ କରିବାରେ ଭାରତୀୟ ସଂସ୍କୃତିର ଚିତ୍ରଣ କରିଛି। ଏହାଛଡ଼ା, ଏହି ଚଳଚ୍ଚିତ୍ର ମଧ୍ୟଯୁଗରେ ନାରୀମାନେ ନିଜସ୍ବ ପସନ୍ଦ ପାଇଁ ପାଇଥିବା ସ୍ବାଧୀନତା ଏବଂ ରାଜନୈତିକ କ୍ଷମତା ସମ୍ବନ୍ଧରେ ବଳିଷ୍ଠ ବିବୃତି ମଧ୍ୟ ଉପସ୍ଥାପନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/amit-shah.jpg)