ଚୀନ୍‌କୁ ଚାଲେଞ୍ଜ: ପେଲୋସିଙ୍କ ପରେ ତାଇୱାନ ଗସ୍ତରେ ଆମେରିକାର ୫ ସାଂସଦ

ତାଇପେଇ : ଆମେରିକା ଚୀନକୁ ଏକ ପ୍ରକାର ଚ‌ାଲେଞ୍ଜ ଦେବାଭଳି କାର୍ଯ୍ୟ ଚଳାଇଛି। ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ଚୀନ ତୀବ୍ର ବିରୋଧ କରିଥିଲେ ମଧ୍ୟରେ ଏବେ ଆମେରିକାର ସାଂସଦଙ୍କ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ଏହି ଦେଶ ଗସ୍ତରେ ଆସି ପହଞ୍ଚିଛନ୍ତି। ନାନ୍ସି ପେଲୋସିଙ୍କ ଗସ୍ତର ୧୨ଦିନ ପରେ ଏମାନେ ତାଇୱାନରେ ପହଞ୍ଚିଛନ୍ତି।

୫ ଜଣିଆ ପ୍ରତିନିଧିମଣ୍ଡଳୀର ନେତୃତ୍ବ ଡେମୋକ୍ରାଟିକ ଦଳର ମାସାଚ୍ୟୁସେଟ୍ସ ସାଂସଦ ସେନ ଇଦ ମାର୍କି ନେଇଛନ୍ତି। ଏସିଆ ଗସ୍ତ ଅବସରରେ ସେମାନେ ତାଇୱାନରେ ରବିବାର ଓ ସୋମବାର ରହିବେ ବୋଲି ତାଇୱାନସ୍ଥିତ ଆମେରିକାନ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାରଯାଇଛି। ଦୁଇ ଦେଶର ସଂପର୍କ ବିଷୟରେ ଆଲୋଚନା ପାଇଁ ସେମାନେ ତାଇୱାନର ବରିଷ୍ଠ ନେତାମାନଙ୍କୁ ଭେଟିବେ। ଆଞ୍ଚଳିକ ସୁରକ୍ଷା, ବାଣିଜ୍ୟ, ନିବେଶ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସେମାନେ ଆଲୋଚନା କରିବେ। ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚୀନ କ୍ଷୁବ୍ଧ ହୋଇଛି। ତାଇୱାନ ଚାରିପଟେ ଥିବା ସମୁଦ୍ର ଓ ଆକାଶ ମାର୍ଗରେ ଜାହାଜ ଓ ଯୁଦ୍ଧ ବିମାନ ପଠାଉଛି।

ସମ୍ବନ୍ଧିତ ଖବର