ମୋଦୀଙ୍କ କ୍ଲିନ୍‌ଚିଟ୍‌କୁ ଚ୍ୟାଲେଞ୍ଜ:୧୯ରେ ଶୁଣାଣି

୨୦୦୨ ଦଙ୍ଗା ମାମଲା

ନୂଆଦିଲ୍ଲୀ ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଲିନଚିଟ୍‌କୁ ଚାଲେଂଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଆସନ୍ତା ୧୯ ତାରିଖରେ ଶୁଣାଣି ହେବ। ୨୦୦୨ ଦଙ୍ଗାରେ ପ୍ରାଣ ହରାଇଥିବା ୬୯ ଜଣଙ୍କ ମଧ୍ୟରେ ଥିଲେ ଜଣେ ପୂର୍ବତନ କଂଗ୍ରେସ ସାଂସଦ ଏହସାନ୍‌ ଜାଫ୍ରି।। ଉକ୍ତ ଘଟଣାରେ ଏସ୍‌ଆଇଟି ତଦନ୍ତ ହୋଇଥିଲା। ୨୦୧୨ ମସିହାରେ ମେଟ୍ରୋପଲିଟାନ୍‌ କୋର୍ଟ ଗୋଧ୍ରା ଦଙ୍ଗା ମାମଲାରେ ସମସ୍ତ ୫୮ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ପରେ ୨୦୧୭ ଅକ୍ଟୋବରରେ ଗୁଜରାଟ ହାଇକୋର୍ଟ ମେଟ୍ରୋପଲିଟାନ୍‌ କୋର୍ଟଙ୍କ ରାୟକୁ ସମର୍ଥନ କରିଥିଲେ। ତେବେ ଜାଫ୍ରିଙ୍କ ପତ୍ନୀ ଜାକିଆ ଜାଫ୍ରି ମାମଲାରେ ମୋଦୀଙ୍କୁ ଦୋଷମୁକ୍ତ କରାଯିବା ଏବଂ ତାଙ୍କୁ କ୍ଲିନଚିଟ୍‌ ପ୍ରଦାନ କରିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଥି‌ଲେ।
ଉଲ୍ଲେଖ‌େଯାଗ୍ୟ ଗୋଧ୍ରା ‌ଟ୍ରେନ୍‌ ପୋଡ଼ି ଘଟଣା ପରେ ଅହମ୍ମଦାବାଦ୍‌ର ମୁସଲିମ୍‌ ସଂସ୍ଥା ‘ଗୁଲବର୍ଗ‌୍ ସୋସାଇଟି’ରେ ଆକ୍ରମଣ ହୋଇ ଦଙ୍ଗା ହୋଇଥିଲା। ଏହ‌ାଦ୍ବାରା ଏହସାନ୍‌ ଜାଫ୍ରିଙ୍କ ସମେତ ୬୯ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର