ବାଇଡେନ୍‌-ହାରିସ୍‌ଙ୍କ ପାଇଁ ଆହ୍ୱାନ : ବିଭାଜନ ଆଣୁଥିବା କ୍ରୂରତା ବିରୋଧରେ ସ୍ୱର ଉଠାଇବେ

ଓ୍ୱାସିଂଟନ : ଆମେରିକାର ଚଳିତ ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଯେତିକି ଭୋଟ ପାଇବା କଥା ତା’ଠାରୁ ଅଧିକ ପାଇଛନ୍ତି। କାରଣ କର୍ମଜୀବୀ ଶ୍ବେତକାୟ ଆମେରିକୀୟମାନେ ଟ୍ରମ୍ପ୍‌ କିମ୍ବା ତାଙ୍କ ରିପବ୍ଲିକାନ୍‌ ଦଳ ଦ୍ବାରା ଉପକୃତ ହୋଇନଥିଲେ ବି ସେମାନେ ଏକ ଜାତୀୟ ଶ୍ବେତ ବର୍ଣ୍ଣବାଦ ସପକ୍ଷରେ ମତଦେଇଛନ୍ତି। ଏହାଦ୍ବାରା ସେମାନେ ଦେଶର କୃଷ୍ଣକାୟ ବା ଆଫ୍ରିକୀୟ-ଆମେରିକୀୟ ଏବଂ ଆପ୍ରବାସୀମାନଙ୍କଠାରୁ ଉଚ୍ଚ ସ୍ତରରେ ରହିଛନ୍ତି ବୋଲି ଏକ ଧାରଣା ସେମାନଙ୍କ ମନରେ ବୁଣି ଦିଆଯାଇଛି।

‘ଗତ ସାଧାରଣ ନିର୍ବାଚନରେ ଭାରତୀୟ ଦଳିତମାନେ ଯେପରି ହିନ୍ଦୁତ୍ବ ବା ବିଜେପି ସପକ୍ଷରେ ଭୋଟ ଦେଇଥିଲେ, ଆମେରିକାରେ ସେପରି କର୍ମଜୀବହୀ ଶ୍ବେତକାୟମାନେ ରିପବ୍ଳିକାନ୍‌ ଦଳ ସପକ୍ଷରେ ଭୋଟ ଦେଇ ଆସୁଛନ୍ତି। ସେହିପରି ତଦନୁସାରେ ମଧ୍ୟ କୃଷ୍ଣକାୟମାନେ ସେଠାରେ ନିର୍ଯାତିତ ହେବାର ନଜିର ରହିଛି। ତେବେ ଏ ପ୍ରକାର ବର୍ଣ୍ଣବୈଷମ୍ୟ ଡେମୋକ୍ରାଟିକ୍‌ ଦଳ ତଥା ବାଇଡେନ୍‌-ହାରିସ୍‌ଙ୍କ ପାଇଁ ଏକ ଆହ୍ବାନ ପାଲଟିଛି। ଏହା ଦ୍ବାରା ଲୋକଙ୍କୁ ରୋଗୀ, ଦୁଃଖୀ ଓ ଦରିଦ୍ର କରିବା ସହ ପର୍ପର ବିରୋଧରେ ଶତ୍ରୁତା ମଧ୍ୟ ସୃଷ୍ଟି କରୁଛି। ତେବେ ଏହା ବିରୋଧରେ ବାଇଡେନ୍‌-ହାରିସ୍‌ଙ୍କ ଯୋଡ଼ି ସ୍ବର ଉଠାଇ ଦେଶର ପ୍ରଗତିଶୀଳ ପ୍ରଣାଳୀରେ ବିଭାଜନ ଆଣୁଥିବା ଏହି ନିଷ୍ଠୁର ପ୍ରଥାରେ ପୂର୍ଣ୍ଣଚ୍ଛେଦ ଟାଣିବେ’ ବୋଲି ଅନେକ ମାନବବାଦୀ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର