ଚମୋଲି : ଭାରତ-ଚୀନ ସୀମାରେ ଅବସ୍ଥିତ ଉତ୍ତରାଖଣ୍ଡର ଚମୋଲିର ସୀମାନ୍ତ ଜିଲ୍ଲା ଚାମୋଲିରେ ଶୁକ୍ରବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଏବେ ବି ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ୪୬ ଶ୍ରମିକଙ୍କ ମଧ୍ୟରୁ ୨୬ ଜଣ ଶ୍ରମିକ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଆଉ ୨୦ ଜଣ ଆଇଟିବିପି କ୍ୟାମ୍ପରେ ସୁରକ୍ଷିତ ଅଛନ୍ତି ।
ହିମସ୍ଖଳନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୌଚର ଏୟାରଷ୍ଟ୍ରିପ୍କୁ ଆଲର୍ଟ ମୋଡରେ ରଖାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଟିମ୍ ସେଠାରେ ନିୟୋଜିତ ହୋଇଛନ୍ତି।
ହିମସ୍ଖଳନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୌଚର ଏୟାରଷ୍ଟ୍ରିପ୍କୁ ଆଲର୍ଟ ମୋଡରେ ରଖାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଟିମ୍ ସେଠାରେ ନିୟୋଜିତ ହୋଇଛନ୍ତି। ଏସଡିଏମ ସନ୍ତୋଷ କୁମାର ପାଣ୍ଡେ ବ୍ୟକ୍ତିଗତ ଭାବେ ରିଲିଫ କାର୍ଯ୍ୟତଦାରଖ କରୁଛନ୍ତି ।
ଭାରତୀୟ ସେନା, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସଡିଆରଏଫ) ଏବଂ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି)ର ଟିମ୍ ଲଗାତାର ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଖରାପ ପାଗ ଏବଂ ଚମୋଲି ଜିଲ୍ଲାରେ ପ୍ରବଳ ତୁଷାରପାତ ହେବାର ସମ୍ଭାବନା ଥିବାରୁ ଉଦ୍ଧାର କାର୍ଯ୍ୟରେ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି। ପ୍ରତିକୂଳ ପାଗ ସତ୍ତ୍ୱେ ଯବାନମାନେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି।