ହଠାତ୍ ଟନେଲ ଭିତରେ ପାଣି ଭରିଯିବାରୁ ଅଟକିଲା ୩୯ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ

ଡେରାଡୁନ୍: ଉତ୍ତରାଖଣ୍ଡରେ ହିମସ୍ଖଳନ ପରେ ଆଜି ପଞ୍ଚମ ଦିନର ଉଦ୍ଧାର କାର୍ଯ୍ୟରେ ସେଭଳି କିଛି ଅଗ୍ରଗତି ଜଣାପଡ଼ି ନାହିଁ। ମଙ୍ଗଳବାର ଆଉ ୬ଟି ମୃତଦେହକୁ ମିଶାଇ ମୋଟ ୩୨ଟି ଶବ ଉଦ୍ଧାର ହୋଇଥିବା ବେଳେ ତଥାପି ୧୭୫ ଜଣରୁ ଅଧିକ ନିଖୋଜ ରହିଥିବାରୁ ଆଇଟିବିପି, ଏନ୍‌ଡିଆର୍‌ଏଫ୍‌ ଓ ସେନା ପକ୍ଷରୁ ମିଳିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅପରପକ୍ଷେ, ଚାମୋଲି ଜିଲ୍ଲାର ନିର୍ମାଣାଧୀନ ତପୋବନ ଜଳବିଦ୍ୟୁତ୍‌ କେନ୍ଦ୍ରର ଧୋଇଯାଇଥିବା ଦେଢ଼ କିମି ଦୀର୍ଘ ସୁଡ଼ଙ୍ଗରେ ୩୯ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଉଦ୍ଧାରକାରୀ ଦଳ ତାହା ଭିତରେ ପଶିପାରିନାହାନ୍ତି।

twitter

ଆଜି ସକାଳୁ ପୁଣି ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ହଠାତ୍ ଟନେଲ ଭିତରେ ପାଣି ଭରିଯିବାରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏହା ସହ ଉଦ୍ଧାରକାରୀ ଟିମକୁ ବାହାରକୁ ବାହାର କରାଯାଇଛି। ଅଳକାନନ୍ଦା ନଦୀର ଜଳସ୍ତର ହଠାତ୍ ବଢ଼ିବାରୁ ନଦୀର ପାଣି ଟନେଲ ଭିତରକୁୁ ପଶିଆସିଥିଲା। ଟନେଲ ଭିତରେ ଜଳସ୍ତର ବଢ଼ିବା ଦେଖି ଉଦ୍ଧାରକାରୀ ଟିମକୁ ବାହାରକୁ ଆସିବାକୁ ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ଜିଲ୍ଲାପାଳ କହିଛନ୍ତି ଯେ, ଜଳ ସ୍ତର କିପରି ଓ କେତେ ବୃଦ୍ଧି ପାଇଛି ତାହା ଆମେ ଜାଣିନାହୁଁ, କିନ୍ତୁ ଲୋକଙ୍କ ସୁରକ୍ଷା ପାଇଁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଦେଇଛୁ। ଏବେ ଉଦ୍ଧାରକାର୍ଯ୍ୟ ପୁଣି ଥରେ କେବେ ଆରମ୍ଭ ହେବ, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର