ଝାରଖଣ୍ଡ: ଫେବ୍ରୁଆରି ୫ ତାରିଖ (ଆଜି) ଝାରଖଣ୍ଡରେ ଅସ୍ଥା ଭୋଟ୍ (ଟ୍ରଷ୍ଟ୍ ଭୋଟ୍)ହୋଇଯାଇଛି। ନୂତନ ଭାବେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇଛନ୍ତି। ଏହି ଆସ୍ଥା ଭୋଟ୍ରେ ସେ ବିଜୟୀ ହୋଇଛନ୍ତି। ୪୭ ଜଣ ବିଧାୟକଙ୍କ ସମର୍ଥନରେ ସେ ଜିତିଥିବା ସୂଚନା ରହିଛି। ସେହିପରି ବିରୋଧୀ ଦଳକୁ ମିଳିଛି ମାତ୍ର ୨୯ଟି ଭୋଟ୍।
ଝାରଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷନ୍ ଚମ୍ପାଇ ସୋରେନଙ୍କୁ ବିଜୟୀ ଘୋଷଣା କରିଛନ୍ତି। ଝାରଖଣ୍ଡ ବିଧାନସଭାରେ ହାହୋଲ୍ଲାର ସହ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଚମ୍ପାଇ ସୋରେନ ବିଜୟୀ ହେବା ପରେ ଗୃହକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି। ମଙ୍ଗଳବାର ଦିନ ପୁଣି କାର୍ଯ୍ୟ ଆରମ୍ଭ ହେବ।
ଅର୍ଥ ହେରଫେର ମାମଲା ସହ ଜଡ଼ିତ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ସେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ତଙ୍କ ଦଳକୁ ପରାମର୍ଶ ଦେଇଥିଲେ। ଗିରଫ ହୋଇଥିଲେ ମଧ୍ୟ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ହେମନ୍ତ ସୋରେନଙ୍କୁ ବିଧାନସଭାର ସଦସ୍ୟ ଭାବରେ ତାଙ୍କର ଅଧିକାରକୁ ସ୍ୱୀକୃତି ଦେଇ ଟ୍ରଷ୍ଟ ଭୋଟରେ ଯୋଗଦେବାକୁ ଅନୁମତି ଦେଇଥିଲେ। ସେ ଆଜି ପହଞ୍ଚି ଭୋଟ୍ ଦେଇଥିଲେ ମଧ୍ୟ।