ଓ୍ଵାସିଂଟନ: ଉତ୍ତରକୋରିଆ ଶାସକ କିମ୍ ଜଙ୍ଗ ଉନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ ରଦ୍ଦ କରିବାକୁ ଧମକ ଦେବା ପରେ ଏହା ବିଶ୍ୱବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜାଏ ଇନ ଆମେରିକା ଗସ୍ତ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ମୁନ୍ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ପରେ ଯାଇ ଟ୍ରମ୍ପ-କିମ ଚର୍ଚ୍ଚା ହେବ ନା ନାହିଁ ସେନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଗତ ୨୭ ତାରିଖରେ ମୁନ୍ ଓ କିମ୍ଙ୍କ ମଧ୍ୟରେ ଐତିହାସିକ ଶିଖର ସମ୍ମିଳନୀ ହୋଇଥିବା ବେଳେ ଉତ୍ତରକୋରିଆ ଠାରୁ କ’ଣ ଆଶା କରାଯିବ ସେ ନେଇ ଚର୍ଚ୍ଚା ହେବ ବୋଲି ଦକ୍ଷିଣ କୋରିଆ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ପରମାଣୁ ନିରସ୍ତ୍ରୀକକରଣ ପାଇଁଁ ଉତ୍ତରକୋରିଆ ଉପରେ ଆମେରିକା ପ୍ରଶାସନ ଅତ୍ୟଧିକ ଚାପ ପ୍ରୟୋଗ କରିବା ପରେ ଟ୍ରମ୍ପ-କିମ୍ ଆଲୋଚନା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏହି ଆଲୋଚନା ଆସନ୍ତା ୧୨ ତାରିଖରେ ନୁହେଁ ବରଂ ବିଳମ୍ବରେ ହେବାର ସମ୍ଭାବନା ରହିଛି।
ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ, ଟ୍ରମ୍ପ-କିମ୍ ବୈଠକ ବାତିଲ୍ ଆଶଙ୍କା
/sambad/media/post_attachments/wp-content/uploads/2018/05/donald-trump-moon-jae-in-reuters_650x400_81510115891.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)