ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାସଗଂଜରେ ୨୬ ଜାନୁଆରି ୨୦୧୮ରେ ତ୍ରିରଙ୍ଗା ଯାତ୍ରା ସମୟରେ ହତ୍ୟାର ଶିକାର ହୋଇଥିବା ଚନ୍ଦନ ଗୁପ୍ତାଙ୍କ ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିର ସ୍ୱତନ୍ତ୍ର କୋର୍ଟ ଶୁକ୍ରବାର ରାୟ ଶୁଣାଇଛନ୍ତି।
ଅଧିକପଢ଼ନ୍ତୁ: ବାପାଙ୍କ ଅନ୍ତିମ ଯାତ୍ରା ସମୟରେ ଟଙ୍କା ଉଡ଼ାଇ ନାଚିଲା ପୁଅ
ଜାନୁଆରି ୨ ଗୁରୁବାର ଦିନ କୋର୍ଟ ୨୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଜାନୁୟାରୀ ୩ ଶୁକ୍ରବାର ଦିନ ୨୮ ଅପରାଧୀଙ୍କ ଦଣ୍ଡ ମଧ୍ୟ ଘୋଷଣା କରାଯାଇଛି। କୋର୍ଟ ସମସ୍ତ ୨୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
କୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ଚନ୍ଦନ ଗୁପ୍ତାଙ୍କ ପରିବାj ସନ୍ତୋଷ ବ୍ୟକ୍ତ କରିଛନ୍ତି। ଚନ୍ଦନଙ୍କ ବାପା ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି, ‘ ମୋ ପୁଅ ଚନ୍ଦନର ଆତ୍ମାକୁ ଆଜି ଶାନ୍ତି ମିଳିବ। ଆମକୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ମୋର ପୂରା ଆଶା ଥିଲା। ସରକାର ଆମ ମାମଲା ଲଢ଼ିବାକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲା।
ଅଧିକପଢ଼ନ୍ତୁ: ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା
ଏସବୁ ପରେ ବି ସାରା ଜୀବନ ମୋ ଆତ୍ମା କାନ୍ଦୁଥିବ। କାହିଁକି ନା ମୁଁ ମୋ ପୁଅକୁ ସବୁଦିନ ପାଇଁ ହରାଇ ଦେଇଛି। ଏଣିକି ଯେତେ ଚେଷ୍ଟା କଲେ ଯେତେ ଖେ୍ାଜିଲେ ବି ପୁଅ ଚନ୍ଦନକୁ ମୁଁ ଆଉ ଫେରି ପାଇ ପାରିବି ନାହିଁ।