ଚଣ୍ଡିଗଡ଼ କାହାର? ପଞ୍ଜାବ- ହରିୟାଣା ମଧ୍ୟରେ ବଢ଼ିଲା ବିବାଦ

ଚଣ୍ଡିଗଡ଼ ହରିୟାଣାର ରାଜଧାନୀ ହୋଇ ରହିଛି: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ସଙ୍କଳ୍ପ ପାରିତ

ଚଣ୍ଡିଗଡ଼: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର ଦିନ ରାଜ୍ୟ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ଏକ ସଂକଳ୍ପ ପାରିତ କରି କହିଛନ୍ତି ଯେ ହରିୟାଣା ନିଜର ରାଜଧାନୀ ରୂପେ ଚଣ୍ଡିଗଡ଼ ଉପରେ ନିଜର ଅଧିକାର ବଜାୟ ରଖିଛି।

ସଂକଳ୍ପରେ, ପଞ୍ଜାବର ପୁନର୍ଗଠନରୁ ଉତ୍ପନ୍ନ ସମସ୍ତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବିଦ୍ୟମାନ ସ୍ଥିତିରେ କୌଣସି ପ୍ରକାରର ପରିବର୍ତ୍ତନ ଘଟାଇବା ପାଇଁ କୌଣସି ପଦକ୍ଷେପ ନ ନେବାକୁ ଏବଂ ସମନ୍ଵୟ ଓ ସଦ୍‌ଭାବ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଭାକ୍ରା ବିସ୍‌ ମ୍ୟାନେଜମେଣ୍ଟ ବୋର୍ଡର ନିୟମରେ ସଂଶୋଧନ କରି ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତି ପାଇଁ ନିଷ୍ପତ୍ତି ପଞ୍ଜାବ ପୁନର୍ଗଠନ ଅଧିନିୟମ, ୧୯୬୬ର ବିରୁଦ୍ଧାଚରଣ କରୁଛି, ଯାହା ନଦୀ ପ୍ରକଳ୍ପଗୁଡ଼ିକୁ ପଞ୍ଜାବ ଏବଂ ହରିୟାଣା ରାଜ୍ୟର ସାଧାରଣ ସମ୍ପତ୍ତି ଭାବରେ ବିବେଚନା କରାଯାଇଥାଏ ବୋଲି ସଂକଳ୍ପରେ କୁହାଯାଇଛି। ସଂକଳ୍ପରେ ଏହା ମଧ୍ୟ କୁହାଯାଇଛି ଯେ ଚଣ୍ଡିଗଡ଼ ଉପରେ ରାଜ୍ୟର ଦାବିକୁ ଦୋହରାଇବା ପାଇଁ ପଞ୍ଜାବ ବିଧାନସଭାର ସଂକଳ୍ପ ପଞ୍ଜାବ ପୁନର୍ଗଠନ ଆଇନ, ୧୯୬୬ ଅନୁଯାୟୀ ନିର୍ଦ୍ଦେଶ ଏବଂ ଚୁକ୍ତିନାମାର ବିପରୀତ ଅଟେ।

Image Courtsy: Indian Nation

ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ କହିଛନ୍ତି, ହରିୟାଣା ଚଣ୍ଡିଗଡ଼ରେ ରହିବ ଯେପର୍ଯ୍ୟନ୍ତ ଆମେ ସତ୍‌ଲେଜ୍‌ ଯମୁନା ଲିଙ୍କ କେନାଲ (ଏସୱାଇଏଲ) ଜଳ, ହିନ୍ଦୀ ଭାଷୀ ଅଞ୍ଚଳ ଏବଂ ଏକ ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ କେନ୍ଦ୍ରରୁ ଅର୍ଥ ପାଇନାହୁଁ।

ସୋମବାର ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର କହିଥିଲେ ଯେ ଚଣ୍ଡିଗଡ଼ ପ୍ରସଙ୍ଗ ଏପରି କିଛି ନୁହେଁ ଯାହା ବିଧାନସଭାରେ ଏକତରଫା ଭାବେ ପାରିତ ହୋଇପାରିବ ଏବଂ ଏହା ଏକାଠି ବସି ସମାଧାନ କରାଯିବା ଉଚିତ୍‌।

ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ଏପ୍ରିଲ ୧ ରେ ଚଣ୍ଡିଗଡ଼କୁ ରାଜ୍ୟକୁ ସ୍ଥାନାନ୍ତର କରିବାକୁ ବିଧାନସଭାରେ ଏକ ସଂକଳ୍ପ ଆଗତ କରିଥିଲେ।

ସମ୍ବନ୍ଧିତ ଖବର