କୋଭିଡ-୧୯ ମହାମାରୀ ସମୟରେ ରାସ୍ତାରେ ଛେପ ପକାଇବା ମହଙ୍ଗା ପଡ଼ିଲା: ଟ୍ରାଫିକ୍‌ ପୁଲିସର ଅନୁରୋଧ କ୍ରମେ ଛେପକୁ ହାତରେ ସଫା କଲେ ଯୁବକ

ଚଣ୍ଡୀଗଡ଼: ଚଣ୍ଡୀଗଡ଼ରେ ଟ୍ରିବ୍ୟୁନ୍‌ ଛକ ନିକଟରେ ଡିୟୁଟି କରୁଥିବା ଟ୍ରାଫିକ୍‌ କର୍ମଚାରୀ ଜଣେ ଦୁଇଚକିଆ ଗାଡ଼ି ଚାଳକଙ୍କୁ ତାଙ୍କ ଭୁଲର ଉଚିତ ଦଣ୍ଡ ଦେଇଛନ୍ତି। ଉକ୍ତ ଗାଡ଼ି ଚାଳକ ଜଣକ ସର୍ବସାଧାରଣ ସ୍ଥାନରେ ଛେପ ପକାଇ ଚାଲି ଯାଉଥିଲେ। ଏହି ସମୟରେ ଟ୍ରାଫିକ୍‌ କର୍ମଚାରୀ ଉକ୍ତ ଗାଡ଼ି ଚାଳକଙ୍କୁ ଅଟକାଇବା ସହିତ ସ୍ୱଚ୍ଛତା ରକ୍ଷା ବିଷୟରେ ତାଗିଦ  କରିଥିଲେ। ଏହାପରେ ଗାଡ଼ି ଚାଳକ ଜଣକ ସ୍ୱଇଚ୍ଛାରେ ଆସି ପକାଇଥିବା ଛେପକୁ ନିଜ ହାତରେ ସଫା କରିଥିଲେ।

ପ୍ରକାଶିତ ଖବର ମୁତାବକ, ଟ୍ରାଫିକ୍‌ କର୍ମଚାରୀ ବଲଦେବ ସିଂହ ଜଣେ ମଟରସାଇକେଲ ଚାଳକଙ୍କୁ ରାସ୍ତାରେ ଛେପ ପକାଇ ଚାଲି ଯାଉଥିବା ଦେଖିବାକୁ ପାଇଥିଲେ। ତେବେ କରୋନା ମହାମାରୀ ସମୟରେ ବାରମ୍ବାର ସ୍ୱଚ୍ଛତା ଅବଲମ୍ବନ କରିବାକୁ କୁହାଯିବା ସହିତ ଏଣେତେଣେ ଛେପ-ଖଙ୍କାର ପକାଇବା ପାଇଁ ବାରଣ କରାଯାଉଛି। ଏସବୁ ସତ୍ତ୍ୱେ ବି ଗାଡ଼ି ଚାଳକ ଜଣକ ସାର୍ବଜନୀନ ସ୍ଥାନରେ ଏଭଳି ଛେପ ପକାଇ ଥିବାରୁ ଟ୍ରାଫିକ୍‌ ପୁଲିସ କର୍ମଚାରୀ ଜଣକ ତାଙ୍କୁ ରାସ୍ତାରେ ଅଟକାଥିଲେ ଏବଂ ସାଥୀରେ ପିଲାକୁ ନେଇ  ଯାଉଛି, ଏପରି ଏଣେତେଣେ ଛେପ ଖଙ୍କାର ପକାଇବା କ’ଣ ଠିକ୍‌ କଥା ବୋଲି ପଚାରିଥିଲେ?

Man spits on road, made to clean it in Chandigarh
The Tribune

ଟ୍ରାଫିକ୍‌ ପୁଲିସଙ୍କ ଏଭଳି କଥାରେ ଉକ୍ତ ଗାଡ଼ି ଚାଳକ ଜଣକ ନିଜର ଭୁଲ ବୁଝି ପାରି ପକାଇଥିବା ଛେପକୁ ନିଜ ହାତ ଓ ଘାସରେ ସଫା କରିଥିଲେ। ଏହାପରେ ହାତ ଧୋଇବାକୁ ଟ୍ରାଫିକ୍‌ ପୁଲିସ କର୍ମଚାରୀ ଜଣକ ଉକ୍ତ ଗାଡ଼ି ଚାଳକଙ୍କୁ ପାଣି ବି ଦେଇଥିଲେ।

ସମ୍ବନ୍ଧିତ ଖବର