ସିମଲା: ଆଉ ଲଢି ପାରୁନି । ପ୍ରକୃତି ସହ ଲଢିବାର କାହାର ବା କ୍ଷମତା ଅଛି । କେତେ ଆଉ ଲଢ଼ିବ । ଫି ବର୍ଷ ଲଢୁଛି, ଗଢୁଛି, ବଢୁଛି, ନିଜକୁ ପୁଣି ସଜାଡୁଛି । ହେଲେ ପୁଣି ଆର ବରଷକୁ ପ୍ରଳୟ ପୁଣି ଭାଙ୍ଗୁଛି, ପୁଣି ଉଜାଡୁଛି । ସବୁଥର ନିଜକୁ ବୁଝାଇ ସୁଝାଇ, ବିପତ୍ତିର ମୁକାବିଲା କରି ଆଗକୁ ବଢିଲେ ବି ପ୍ରଳୟ କିନ୍ତୁ ହିମାଚଳ ପ୍ରଦେଶର ପିଛା ଛାଡୁନି । କେବେ ପ୍ରବଳ ବର୍ଷା ତ କେତେ ପୁଣି ବନ୍ୟାର ବିତ୍ପାତ ଆଉ କେବେ ପୁଣି ଭୂସ୍ଖଳନରେ ଥରହର ହେଉଛି ହିମାଚଳର ଛାତି । ଗୋଟେ ବିପଦ ଗଲେ ଆଉ ଗୋଟେ ବିପଦ ତା ପଛକୁ ପଛ ଲାଗିକି ରହୁଛି । ଆଶା କମ୍ ଆଶଙ୍କା ଅଧିକରେ ରହୁଥିବା ହିମାଚଳବାସୀ ପ୍ରଳୟ ପାଟିରେ ପ୍ରାଣକୁ ଟେକି ଦେବା ପରିସ୍ଥିତିରେ ।
#WATCH | Mandi, Himachal Pradesh: Chandigarh-Manali National Highway (NH-3) blocked near the Pandoh Dam in Mandi district after a fresh landslide struck the area early morning. The incident occurred around 4 AM, when large boulders and debris fell onto the road, severely damaging… pic.twitter.com/KwJfcVEiyL
— ANI (@ANI) August 2, 2025
କାରଣ ରାଜ୍ୟର ଅଧିକାଂଶ ଜିଲ୍ଲା ଅନେକ ସମୟରେ ପ୍ରଭାବିତ ହେଉଛି । ମୌସୁମୀ ବର୍ଷାରେ ହିମାଚଳପ୍ରଦେଶ ଏଇ ଦିଛି ଦିନ ହେବ ବେହାଲ ହୋଇଥିବା ବେଳେ ପୁଣି ହିମାଚଳ ପ୍ରଦେଶକୁ ବଡ଼ ବର୍ଷାର ସତର୍କତା ଜାରି କରାଯାଇଛି । ଆଜି ପାଇଁ ହିମାଚଳର ଚମ୍ବା, କୁଲ୍ଲୁ, କଙ୍ଗଡ଼ା, ଉନ୍ନା, ବିଲାସପୁର, ମଣ୍ଡି, ହମିରପୁର ଆଦି ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଆଗାମୀ ୩ ଅଗଷ୍ଟରୁ ୫ ଅଗଷ୍ଟ ଯାଏଁ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ରହିଛି ।
ତେବେ ପାଣିପାଗ ବିଗିଡ଼ିବା ନେଇ ଆଗୁଆ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ପାଣିପାଗ ଦେଖି ହିମାଚଳ ଆସିବାକୁ କୁହାଯାଇଛି । ଯେଉଁମାନେ ହିମାଚଳରେ ଅଛନ୍ତି ସେମାନେ ସତର୍କ ରହିବାକୁ କୁହାଯାଇଛି । ବର୍ଷା ବେଳେ ସୁରକ୍ଷିତ ସ୍ଥାନ ସହ ଘରୁ ନବାହାରିବାକୁ କୁହାଯାଇଛି । ନଦୀ ଅଞ୍ଚଳକୁ ବୁଲାବୁଲି ପାଇଁ ନଯିବାକୁ ପରାମର୍ଶ ଜାରି କରାଯାଇଛି ।
ସେପଟେ ମଣ୍ଡି ଜିଲ୍ଲାର ପାଣ୍ଡୋହ ଡ୍ୟାମ ନିକଟରେ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ-୩ ବନ୍ଦ ହୋଇଛି । ସକାଳୁ ପୁଣି ଏକ ଭୂସ୍ଖଳନ ପରେ ରାସ୍ତକୁ ଅବରୋଧ କରାଯାଇଛି । ରାସ୍ତାରେ ବଡ଼ ବଡ଼ ପଥର ଏବଂ ଭଗ୍ନାବଶେଷ ପଡ଼ିଥିବାରୁ ରାସ୍ତା ବନ୍ଦ ହୋଇଛି ।