ନୂଆଦିଲ୍ଲୀ: ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଭିଡିଓ ଲିକ୍ ମାମଲାରେ ଆଜି ଏକ ନୂଆ ଟ୍ବିଷ୍ଟ୍ ଆସିଛି। ମାମଲାରେ ଗିରଫ ହୋଇଥିବା ମହିଳା ଛାତ୍ରୀ ଜଣଙ୍କ ଦାବି କରିଛନ୍ତି ଯେ ତାଙ୍କୁ ଏଥିପାଇଁ ଧମକ ଦିଆଯାଇଥିଲା। ୨ ଜଣ ପୁରୁଷ ଅଭିଯୁକ୍ତ ଗିରଫ ଛାତ୍ରୀଙ୍କୁ ବ୍ଲାକମେଲ୍ କରିଥିଲେ। ହଷ୍ଟେଲ୍ର ଛାତ୍ରୀମାନଙ୍କ ପ୍ରାଇଭେଟ୍ ଭିଡିଓ ଭାଇରାଲ୍ କରିବାପାଇଁ ସେମାନେ ତାଙ୍କ ଉପରେ ଚାପ ପକାଇଥିଲେ। ଅଭିଯୁକ୍ତ ସନ୍ନି ମେହଟା ଏବଂ ତା’ ସାଙ୍ଗ ରଙ୍କଜ ବର୍ମା ତାଙ୍କୁ ଧମକ ଦେଇଥିଲେ। ତେବେ କୁହାଯାଉଛି ଯେ ଗିରଫ ୨ ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗିରଫ ହୋଇଥିବା ଛାତ୍ରୀଙ୍କର ବୟଫ୍ରେଣ୍ଡ୍। ତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ତା’ ପାଖରେ ଥିଲା। ଏହାକୁ ଭାଇରାଲ୍ କରିଦେବାର ଧମକ ଦେଇ ସେ ସମ୍ପୃକ୍ତ ଛାତ୍ରୀଙ୍କୁ ଧମକାଇ ଆସୁଥିଲା ଏବଂ ଛାତ୍ରୀଙ୍କର ଭିଡିଓ କରିବାପାଇଁ କହୁଥିଲା।
ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଭିଡିଓ ଲିକ୍ ମାମଲା: ବ୍ଲାକମେଲ୍ର ଶିକାର ହୋଇ ଭିଡିଓ ସେୟାର କରିଥିଲେ ଛାତ୍ରୀ
/sambad/media/post_attachments/wp-content/uploads/2022/09/gd4564gj654gj65jggjjgjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)