ଚାନ୍ଦିପୁରସ୍ଥିତ ଆଇଟିଆରରୁ ପରୀକ୍ଷା ହୋଇପାରେ ସିଙ୍ଗାପୁର ନିର୍ମିତ କ୍ଷେପଣାସ୍ତ୍ର !

ଭୁବନେଶ୍ବର: ଓଡ଼ିଶାର ଚାନ୍ଦିପୁରସ୍ଥିତ ଅନ୍ତରୀଣ କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜ (ଆଇଟିଆର୍)କୁ  ଆବଶ୍ୟକ ସ୍ଥଳେ ସିିଙ୍ଗାପୁର ବ୍ୟବହାର କରିପାରିବ। ଚାନ୍ଦିପୁରରୁ ପରୀକ୍ଷା ହେବ ସିଙ୍ଗାପୁର ନିର୍ମିତ କ୍ଷେପଣାସ୍ତ୍ର।  ଆଜି ଭାରତ ଓ ସିଙ୍ଗାପୁର ମଧ୍ୟରେ  ସ୍ବାକ୍ଷରିତ ହୋଇଥିବା ରାଜିନାମା ଏହି ସମ୍ଭାବନା ସୃଷ୍ଟି କରିଛି। ବର୍ତ୍ତମାନ ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ ପକ୍ଷରୁ ଏହି ରାଜିନାମା ସ୍ବାକ୍ଷର କରିିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଡକ୍ଟର ଅବ୍‌ଦୁଲ୍‌ କାଲାମ ଦ୍ବୀପରେ ଥିବା ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ(ଡିଆର୍‌ଡିଓ)ର କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜରେ ଭାରତ ସହିତ ଯୁଗ୍ମ-ପରୀକ୍ଷଣ କରିପାରିବ ସିଙ୍ଗାପୁର। ଭାରତ ଓ ସିଙ୍ଗାପୁର ମଧ୍ୟରେ ପ୍ରତିରକ୍ଷା ବିଜ୍ଞାନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ଏହି ରାଜିନାମା ସ୍ବାକ୍ଷର ହୋଇଛି। ଏଥିସହ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ ସାଇବର ସୁରକ୍ଷା କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ଏକାଠି କାର୍ଯ୍ୟ କରିବେ।

ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ପୃଥ୍ଵୀ-୨ ମିସାଇଲର ବ୍ୟବହାରିକ ପରୀକ୍ଷା କରାଯାଇଛି। ବୁଧବାର ସଂଧ୍ୟା ପ୍ରାୟ ୭ଟା ୬ ମିନିଟ୍‌ ଓ ୭ଟା ୧୦ ମିନିଟ୍‌ ଦୁଇଥର ଏହି ପରୀକ୍ଷଣ ହୋଇଥିବା ବେଳେ ତାହା ସଫଳ ହୋଇଥିବା ବିଭଗୀୟ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର