ଓଡ଼ିଶା ସମେତ ଏହି ସବୁ ସ୍ଥାନରେ ଦୃଶ୍ୟମା‌ନ ହେବ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୨୦୨୧ ମଇ ୨୬ରେ ଲାଗିବାକୁ ଯାଉଛି। ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ ବୋଲି କୁହାଯାଉଛି। ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଆଂଶିକ ଭାବେ ଦୃଶ୍ୟମାନ ହେବ । ଏଥର ଚନ୍ଦ୍ର ଗ୍ରହଣକୁ ଓଡ଼ିଶାବାସୀ ମଧ୍ୟ ଦେଖିପାରିବେ । ଆଣ୍ଡାମାନ ନିକୋବର ଦୀପ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଉପକୂଳ ଅଂଚଳରେ ଚନ୍ଦ୍ର ଗ୍ରହଣ ଦେଖିହେବ ବୋଲି କୁହାଯାଉଛି । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ୟାସ ହେତୁ ଗ୍ରହଣ ଦେଖିବାର ସମ୍ଭାବନା କମ ରହିଛି।

ଏହି ଚନ୍ଦ୍ର ଗ୍ରହଣ ପୂର୍ବ ଏସିଆ, ଦକ୍ଷିଣ ଓ ଉତ୍ତର ଆମେରିକା, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ହିନ୍ଦ ମହାସାଗରର କିଛି ଅଂଶରେ ଦେଖିବାକୁ ମିଳିବ। ଭାରତୀୟ ସମୟ ଅନୁସାରେ ସକାଳ ୨ଟା ବାଜି ୧୭ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ବାଜି ୧୯ମିନିଟରେ ଶେଷ ହେବ।

ଭାରତର  ଇଟାନଗର, କୋହିମା, ଲମଡିଙ୍ଗ, ମାଲଦା, ଉତ୍ତର ଲକ୍ଷ୍ମୀପୁର, ପାରାଦି, ପାଶିଘାଟ, ପୋର୍ଟ ବ୍ଲେଅର, ଶିଲଙ୍ଗ,ଅଗରତାଲା, ଆଇଜଲ, କୋଲକାତା, ଚେରାପୁଂଜି, କୁଚ୍‌ବିହାର, ଡାଇମଣ୍ଡ ହାରବର, ଦିଘା, ଗୌହାଟି, ଇମ୍ଫାଲ, ଶିବ ସାଗର, ସିଲଚର ଏବଂ ପୁରୀରେ ଚନ୍ଦ୍ର ଗ୍ରହଣକୁ ଲୋକେ ଦେଖିପାରିବେ । ଆସନ୍ତାକାଲି ଚନ୍ଦ୍ର ଗ୍ରହଣର ଆଉ ଏକ ବିଶେଷତ୍ୱ ହେଉଛି, ଆକାଶରେ ଲାଲ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ । ତେଣୁ ଏହାକୁ ‘ଲାଲ ଚନ୍ଦ୍ର’ ବା ‘ବ୍ଲଡ ମୁନ’ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର