ଶଶୁର ଏନ୍‌ଟିଆର୍‌ଙ୍କ ପିଠିରେ ଛୁରାଘାତ କରିଥିବା ବଶ୍ୱାସଘାତକ ହେଉଛନ୍ତି ଚନ୍ଦ୍ରବାବୁ ନାଇଡୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଶ୍ୱାସଘାତକତା କରି ତାଙ୍କ ଶ୍ୱଶୁର ଏନ୍‌ଟି ରାମାରାଓଙ୍କ ପିଠିରେ ଛୁରି ମାରିଥିବା ରବିବାର ଦିନ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଠାରେ ଏକ ସାଧାରଣ ସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ ନିଜ ପୁଅର ଭବିଷ୍ୟତ ସୁରକ୍ଷା କରିବା ହେଉଛି ଚନ୍ଦ୍ରବାବୁ ନାଇଡୁଙ୍କର ଏକ ମାତ୍ର ଆଗ୍ରହ। ସେ କହୁଛନ୍ତି ସେ ମୋ ଠାରୁ ବରିଷ୍ଠ। ରାଜନୈତିକ ଅଂଶୀଦାର ବଦଳାଇବାରେ ଆପଣ ବରିଷ୍ଠ। ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେବାରେ ଆପଣ ବରିଷ୍ଠ। ଶ୍ୱଶୁରଙ୍କ ପିଠିରେ ଛୁରାମାରିବାରେ ଆପଣ ବରିଷ୍ଠ। ନିର୍ବାଚନ ପରେ ନିର୍ବାଚନ ହାରିବାରେ ଆପଣ ବରିଷ୍ଠ।

ସେ କହିଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ପ୍ରତିଶ୍ରୁତି ଦେଇଥିଲେ କି ଆନ୍ଧ୍ରର ସୂର୍ଯ୍ୟ ଉଇଁବ। କିନ୍ତୁ ଆପଣ ନିଜ ପୁଅକୁ ଉଅାଁଇବାରେ ବ୍ୟସ୍ତ।

ଆନ୍ଧ୍ରପ୍ରଦେଶରେ ଗରିବମାନଙ୍କ ପାଇଁ ଯୋଜନା କରିବାକୁ ନାଇଡୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ବାସ୍ତବରେ ସେ ମୋଦି ସରକାରଙ୍କ ଯୋଜନାଗୁଡ଼ିକୁ ପ୍ରଣୟନ କରି ନିଜର ବୋଲି ଦାବି କରୁଛନ୍ତି।

ଗତବର୍ଷ ଯାଏଁ ନାଇଡୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କର ମେଣ୍ଟରେ ଗୁରୁତ୍ୱବହନ କରିଆସୁଥିଲେ। ଗତବର୍ଷ ଚନ୍ଦ୍ରବାବୁ ନାଇଡୁ ଏନ୍‌ଡିଏ ଓ ବିଜେପି ଠାରୁ ବିଚ୍ଛିନ୍ନ ହୋଇଯିବା ପରେ ଏହା ହେଉଛି ମୋଦିଙ୍କର ପ୍ରଥମ ଆନ୍ଧ୍ର ପ୍ରଦେଶ ଗସ୍ତ।

ସମ୍ବନ୍ଧିତ ଖବର