ଏନ୍‌ଡିଏକୁ ଫେରିବ ଟିଡିପି! ଶାହ, ନଡ୍ଡାଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡ଼ୁ

ଅମରାବତୀ: ଆଗାମୀ ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ଯେ କୌଣସି ପରିସ୍ଥିତିରେ ରୋକିବା ପାଇଁ ବିରୋଧୀ ଦଳମାନେ ମହାମେଣ୍ଟ ଗଠନରେ ଲାଗିଥିବା ବେଳେ ବିଜେପି ଏବେ ପୁରୁଣା ସହଯୋଗୀମାନଙ୍କୁ ପୁଣି ଏନ୍‌ଡିଏକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଗତକାଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଆଲୋଚନା କରିଛନ୍ତି। ଏହାପରେ ଟିଡିପି ପୁଣି ଏନ୍‌ଡିଏକୁ ଫେରିବା ନେଇ ସରଗରମ ଚର୍ଚ୍ଚା ଚାଲିଛି । ଉଭୟ ବିଜେପି ଓ ଟିଡିପି ସେମାନଙ୍କ ମେଣ୍ଟକୁ ପନର୍ଜିବିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଆନ୍ଧ୍ରପ୍ରଦେଶରେ ନୂଆ ସମୀକରଣ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ୨୦୧୮ ପରେ ନାଇଡ଼ୁ ପ୍ରଥମ ଥର ପାଇଁ ଅମିତ ଶାହଙ୍କୁ ଭେଟିଛନ୍ତି। ନାଇଡ଼ୁ ରାତି ୮.୫୫ରେ ଶାହଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ଏହାର କିଛି ସମୟ ପରେ ବିଜେପି ସଭାପତି ନଡ୍ଡା ମଧ୍ୟ ସେଠାରେ ପହଞ୍ଚିଥିଲେ । ରାତି ୧୦ଟା ପର୍ଯ୍ୟନ୍ତ ସେମାନଙ୍କ ଆଲୋଚନା ଚାଲିଥିଲା।

ସମ୍ବନ୍ଧିତ ଖବର