ଆନ୍ଧ୍ରପ୍ରଦେଶରେ ଟିଡିପିର ବିପୁଳ ବିଜୟ, ୯ରେ ଶପଥ ନେବେ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚରେ ବିପୁଳ ବିଜୟ ହାସଲ କରିଛି ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) । ଆନ୍ଧ୍ରପ୍ରଦେଶର ମୋଟ ୧୭୫ ଆସନ ମଧ୍ୟରୁ ଏକାକୀ ଟିଡିପି ୧୩୩ରେ ବିଜୟ ହାସଲ କରିଥିବାବେଳେ ୩ରେ ଆଗୁଆ ରହିଛି । ଏହାର ସହଯୋଗୀ ଦଳ ବିଜେପିକୁ ୮ଟା ଆସନ ଓ ଜନସେନା ପାର୍ଟିକୁ ୧୦ ଆସନରେ ବିଜୟ ମିଳିଛି । ଏହି ବିଜୟ ପରେ ଆସନ୍ତା ଜୁନ୍ ୯ତାରିଖରେ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦଳ ଘୋଷଣା କରିଛି।

ଏହି ବିଜୟ ପରେ ଟିଡିପିର ଦଳୀୟ ମୁଖ୍ୟାଳୟରେ ଉତ୍ସବ ଆରମ୍ଭ ହୋଇଯାଇଛି। ଶାସକ ୱାଇଏସଆର କଂଗ୍ରେସ ମାତ୍ର ୧୦ଟି ଆସନରେ ବିଜୟୀ ହୋଇଛି କିମ୍ବା ଆଗୁଆ ରହିଛି। ମେ’ ୧୩ ତାରିଖରେ ରାଜ୍ୟରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଉ ଥରେ ନିର୍ବାଚନ ଲଢ଼ିବା ପାଇଁ ୱାଇଏସଆରସିପି ସମସ୍ତ ୧୭୫ ଟି ଆସନରେ ଏକାକୀ ଲଢ଼ିଥିବା ବେଳେ ଟିଡିପି ୧୪୪ ଟି ଆସନରେ ପ୍ରାର୍ଥୀ ଦେଇଥିଲା । ପୱନ କଲ୍ୟାଣଙ୍କ ନେତୃତ୍ବାଧୀନ ଜନସେନା ପାର୍ଟି (ଜେଏସ୍ପି) ୨୧ଟି ଆସନରେ ଏବଂ ବିଜେପି ୧୦ଟି ଆସନରେ ଲଢ଼ିଥିଲା।

ସମ୍ବନ୍ଧିତ ଖବର