ଜଳୁଛି ପଶ୍ଚିମ ଭାରତ: ୪୮ ଡିଗ୍ରି ସେଲସିୟସ୍ ତାପମାତ୍ରା ସହ ଚନ୍ଦ୍ରପୁରୀ ପାଲଟିଲା ବିଶ୍ୱର ସବୁଠାରୁ ‘ଉତ୍ତପ୍ତ ସହର’
ନାଗପୁର: ଖରାର ତାତିରେ ଜଳୁଛି ପଶ୍ଚିମ ଭାରତ। ୪୮ ଡିଗ୍ରି ସେଲସିୟସ୍ର ତାପମାତ୍ରା ସହ ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବିଶ୍ୱର ସବୁଠାରୁ ‘ଉତ୍ତପ୍ତ ସହର’ ଭାବେ ପରିଗଣିତ ହୋଇଛି। ଚନ୍ଦ୍ରପୁରୀର ତାପମାତ୍ରା ୪୮ ଡିଗ୍ରି ସେଲସିୟସ୍ ରେକର୍ଡ କରା ଯାଇଥିବା ବେଳେ ଏହାର ପାର୍ଶ୍ୱବର୍ତ୍ତୀ ବ୍ରହ୍ମପୁରୀର ତାପମାତ୍ରା ୪୭.୫ ଓ ଅମରାବତୀର ତାପମାତ୍ରା ୪୬.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ନାଗପୁରର ତାପମାତ୍ରା ୪୭.୯ ଡିଗ୍ି ସେଲସିୟସ୍ ରେକର୍ଡ କରାଯାଇଛି। ୨୦୧୩ ପରଠାରୁ ନାଗପୁରର ତାପମାତ୍ରା କେବେ ବି ଏତେ ମାତ୍ରାରେ ବୃଦ୍ଧି ପାଇ ନଥିଲା।
Temperature touched 48 degrees Celsius in #Maharashtra‘s Chandrapur yesterday. Towns of Brahmpuri and Amravati recorded maximum temperatures of 47.5 and 46.4 degrees Celsius, respectively.
— ANI (@ANI) May 30, 2019
ଏଥିସହ ଆଗାମୀ ଜୁନ୍ ୧ ତାରଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ବଳବତ୍ତର ରହିଥିବା ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ମହାରାଷ୍ଟ୍ର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହ ଜୁନ୍ ୭ ତାରିଖ ପୂର୍ବରୁ ଏହି ସବୁ ଅଞ୍ଚଳରେ ବର୍ଷାର କୌଣସି ପ୍ରକାରର ସମ୍ଭାବନା ନଥିବା ସ୍ପଷ୍ଟ କରି ଦେଇଛି।