ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗଠନ କଲେ ନୂଆ ଦଳ

ନୋଏଡା: ୨୦୨୨ ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଆଜି ନୋଏଡାଠାରେ ଏକ ନୂତନ ଦଳ ଘୋଷଣା କରିଛନ୍ତି। ତାଙ୍କ ନୂଆ ଦଳର ନାମ ହେବ ‘ଆଜାଦ ସମାଜ ପାର୍ଟି’ ହେବ ବୋଲି ଆଜାଦ ଘୋଷଣା କରିଛନ୍ତି । ତେବେ ନୂଆ ଦଳ ଘୋଷଣା ପୂର୍ବରୁ କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ଚନ୍ଦ୍ରଶେଖର ଆଜାଦଙ୍କ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ବାତିଲ କରିଦେଇଥିଲା | ଯାହାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଥିଲେ ଆଜାଦ |

Photo-ani

୨୦୨୨ ମସିହାରେ ୟୁପି ବିଧାନସଭା ନିର୍ବାଚନ ପରେ ଚନ୍ଦ୍ରଶେଖରଙ୍କ ପଦକ୍ଷେପ ପଶ୍ଚିମ ଉତ୍ତରପ୍ରଦେଶ ରାଜନୀତିରେ ଏକ ନୂତନ ସମୀକରଣ ସୃଷ୍ଟି କରିପାରେ। ନିକଟରେ ଚନ୍ଦ୍ରଶେଖର ବୁଲନ୍ଦସହରରେ ପହଞ୍ଚି ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏଠାରେ ବହୁଜନ ସମାଜ ପାର୍ଟିର କିଛି ବରିଷ୍ଠ ନେତା ଚନ୍ଦ୍ରଶେଖରଙ୍କ ଦ୍ୱାରା ଦଳରେ ଯୋଗ ଦେଇଥିଲେ।

ଏଠାରେ ସୂଚନା ଥାଉ କି ଦିଲ୍ଲୀର ଜାମା ମସଜିଦ୍‌ ନିକଟରେ ସିଏଏ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇଥିବା ୩୧ ବର୍ଷୀୟ ଚନ୍ଦ୍ରଶେଖର ଆଜାଦଙ୍କୁ ପୁଲିସ ଗିରଫ କରିଥିଲା |ଆଜାଦ ହିଂସା ପାଇଁ ଉସୁକାଇଥିଲେ ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା । ପରେ ସେ ଜାମିନରେ ମୁକୁଳିଥିଲେ |

ସମ୍ବନ୍ଧିତ ଖବର