ନୂଆଦିଲ୍ଲୀ : ୧୯୯୨ ଓଡ଼ିଶା କ୍ୟାଡରର ଆଇଏଏସ ଅଧିକାରୀ ଚନ୍ଦ୍ରଶେଖର କୁମାରଙ୍କୁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟର ଅତିରିକ୍ତ ସଚିବ ରୂପେ ନିଯୁକ୍ତି ମିଳିଛି। ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ଚନ୍ଦ୍ରଶେଖର କୁମାରଙ୍କ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ କୁମାର ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନ୍ରେ ଉଚ୍ଚଶିକ୍ଷା ବିଭାଗରେ ଯୁଗ୍ମ ସଚିବ ରୂପେ ଅବସ୍ଥାପିତ ଅଛନ୍ତି।
ଚନ୍ଦ୍ରଶେଖର ହେଲେ ପଞ୍ଚାୟତିରାଜ ମନ୍ତ୍ରାଳୟ ଅତିରିକ୍ତ ସଚିବ
/sambad/media/post_attachments/wp-content/uploads/2020/11/eVCu61Q3.jpg)