ଚନ୍ଦ୍ରଯାନ-୧ ପଠାଇଥିବା ଫଟୋ‌ରୁ ଜଣାପଡୁଛି ଚନ୍ଦ୍ରପୃଷ୍ଠରେ ପୃଥିବୀ ବାୟୁମଣ୍ଡଳର ପ୍ରଭାବ ପଡୁଥାଇ ପାରେ

ନୂଆଦିଲ୍ଲୀ: ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଡକ୍ଟର୍‌ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଚନ୍ଦ୍ରର ଦୁଇ ମେରୁରେ କଳଙ୍କି ଲାଗିଥିବା ଇସ୍ରୋର ପ୍ରଥମ ଚନ୍ଦ୍ର ଅଭିଯାନ ପଠାଇଥିବା ଫଟୋଚିତ୍ରରେ ଦେଖାଯାଉଛି। ଚନ୍ଦ୍ରପୃଷ୍ଠ ଲୁହାପଥରରେ ସମୃଦ୍ଧ ବୋଲି ଜଣାଥିଲେ ମଧ୍ୟ ସେଠାରେ ଜଳ ଓ ଅମ୍ଳଜାନ ଥିବା କଥା ଜଣା ନ ଥିଲା। ଏ ଦୁଇଟି ଉପାଦାନ ଲୌହ ସଂସ୍ପର୍ଶରେ ଆସି କଳଙ୍କି ସୃଷ୍ଟି କରେ।

ଏ ସଂକ୍ରାନ୍ତରେ ‘ନାସା’ର ବୈଜ୍ଞାନିକମାନେ କହିଛନ୍ତି ଯେ, ସମ୍ଭବତଃ ପୃଥିବୀର ବାୟୁମଣ୍ଡଳ ଚନ୍ଦ୍ରକୁ ମଧ୍ୟ ସୁରକ୍ଷା ଦେଉଥାଇ ପାରେ। ତେଣୁ, ଚନ୍ଦ୍ରଯାନ-୧ ସଂଗୃହୀତ ତଥ୍ୟ ସୂଚିତ କରୁଛି ଯେ, ଚନ୍ଦ୍ରର ମେରୁରେ ଜଳ ରହିଛି। ବୈଜ୍ଞାନିକମାନେ ଏହି ରହସ୍ୟ ଭେଦ କରିବାକୁ ଚାହୁଁଥିଲେ।

Image Courtesy of The Planetary Society

ଡକ୍ଟର୍‌ ଜିତେନ୍ଦ୍ର ସିଂହ କହିଛନ୍ତି, ୨୦୨୧ ଆଦ୍ୟରେ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରାଯାଇପାରେ। ଚନ୍ଦ୍ରଯାନ-୩ରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର୍‌ ଓ ରୋଭର୍ ରହିବ, କିନ୍ତୁ ଅର୍ବିଟର୍ ରହିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ପ୍ରଥମ ମାନବ ମହାକାଶ ମିସନ୍ ଗଗନଯାନ ନିମନ୍ତେ ପ୍ରସ୍ତୁତି ଚାଲିଛି। ତାଲିମ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ମଧ୍ୟ ଚାଲିଛି। କୋଭିଡ୍-୧୯ ମହାମାରୀଜନିତ କଟକଣା ଯୋଜନାରେ ବାଧା ସୃଷ୍ଟି କରିଛି, କିନ୍ତୁ ନିର୍ଦ୍ଧାରିତ ୨୦୨୨ ସୁଦ୍ଧା ଗଗନଯାନ ଉତ୍‌କ୍ଷେପଣ ନିମନ୍ତେ ଉଦ୍ୟମ କରାଯାଉଛି।

 

ସମ୍ବନ୍ଧିତ ଖବର

Comments are closed.