ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିକଟତର ତୃତୀୟ କକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ଆଜି ସକାଳ ୯ଟା ୪ ମିନିଟ୍‌ରେ ଚନ୍ଦ୍ରର ତୃତୀୟ କକ୍ଷରେ ପ୍ରବେଶ କରିଛି। ଏହାପରେ ଚନ୍ଦ୍ରଠାରୁ ଏହାର ସର୍ବନିମ୍ନ ଦୂରତା ୧୭୯ କିମି ଏବଂ ସର୍ବାଧିକ ଦୂରତା ୧୪୧୨ କିମି ମଧ୍ୟରେ ରହିଛି। ଦୁଇ ଦିନ ପର୍ଯ୍ୟନ୍ତ ଏହି କକ୍ଷରେ ଚନ୍ଦ୍ରଯାନ ଘୂରି ବୁଲିବ ଏବଂ ୩୦ ଅଗଷ୍ଟରେ ଚତୁର୍ଥ ଏବଂ ୧ ସେପ୍ଟେମ୍ବରରେ ପଞ୍ଚମ କକ୍ଷରେ ପ୍ରବେଶ କରିବ। ୨ ସେପ୍‌ଟେମ୍ବରରେ ବିକ୍ରମ ଲ୍ୟାଣ୍ଡର୍‌ ଏବଂ ପ୍ରଜ୍ଞାନ ରୋଭର୍ ଚନ୍ଦ୍ରଯାନରୁ ଅଲଗା ହୋଇଯିବ। ବିକ୍ରମ ଲ୍ୟାଣ୍ଡର୍‌ ୭ ସେପ୍‌ଟେମ୍ବରରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ବରେ ଅବତରଣ କରିବ। ୨୦ ଅଗଷ୍ଟରେ ଚନ୍ଦ୍ରଯାନ -୨ ଚନ୍ଦ୍ରର କକ୍ଷରେ ପହଂଚି ଥିଲା। କକ୍ଷରେ ସଂପୂର୍ଣ୍ଣ ଅବସ୍ଥାପିତ ହେବାପାଇଁ ଏହାକୁ ପ୍ରାୟ ୩୦ ମିନିଟ୍ ଲାଗିଥିଲା। ୨୩ ଦିନ ପୃଥିବୀର କକ୍ଷରେ ଘୂରି ବୁଲିବା ପରେ ଏହା ଚନ୍ଦ୍ରର କକ୍ଷରେ ପହଞ୍ଚିବାକୁ ୬ ଦିନ ସମୟ ନେଇଥିଲା।

ସମ୍ବନ୍ଧିତ ଖବର