ବ୍ରହ୍ମାଣ୍ଡରେ ଏବେ କଣ କରୁଛି ଚନ୍ଦ୍ରାୟନ-୨, ଜହ୍ନରେ ପହଞ୍ଚିଲାଣି ନା ନାହିଁ ?

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ୨୨ ଜୁଲାଇରେ ମିଶନ ଚନ୍ଦ୍ରାୟନ-୨ ଲଞ୍ଚ କରିଥିଲା | ଏହି ମିଶନରେ ବିକ୍ରମ ନାମକ ଲ୍ୟାଣ୍ଡର ଓ ପ୍ରଜ୍ଞାନ ନାମକ ରୋବର ଚନ୍ଦ୍ରରେ ଓହ୍ଲାଇବେ | ୨୨ ଜୁଲାଇରେ ୨୦ ଘଣ୍ଟାର କାଉଣ୍ଟଡାଉନ ପରେ ଇସ୍ରୋ ଜିଏସଏଲଭି ଏମକେ-୩ ରାକେଟ ମାଧ୍ୟମରେ ପ୍ରକ୍ଷେପଣ କରାଯାଇଥିଲା |

ବର୍ତ୍ତମାନ ଚନ୍ଦ୍ରାୟନ-୨ ପୃଥିବୀ ଚାରିପଟେ ବୁଲୁଛି | ଏବେ ଚନ୍ଦ୍ରାୟନ-୨ ଚନ୍ଦ୍ରର କକ୍ଷ ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଛି | ଏବେ ଚନ୍ଦ୍ରାୟନ-୨ ବାଙ୍ଗାଲୋରରେ ଥିବା ଇସ୍ରୋ ଟେଲିମେଣ୍ଟ୍ରି, ଟ୍ରାକିଙ୍ଗ ଏବଂ କମାଣ୍ଡ ନେଟୱାର୍କ ବୈଜ୍ଞାନିକଙ୍କ ନିୟନ୍ତ୍ରଣରେ ରହିଛି | ଏଠାରେ ସୂଚନା ଥାଉ କି ଚନ୍ଦ୍ରଯାନ-୨କୁ ଜୁଲାଇ ୨୨ରେ ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଅପରାହ୍ନ ୨ଟା ୪୩ ମିନିଟରେ ଛଡ଼ା ଯାଇଥିଲା।

୩ ଲକ୍ଷ ୮୪ ହଜାର କିଲୋମିଟର ଯାତ୍ରାରେ ବାହାରି ଯାଇଥିବା ଚନ୍ଦ୍ରଯାନ ୨ ଉତ୍‌କ୍ଷେପଣର ଠିକ୍‌ ୧୬ ମିନିଟ୍‌ ପରେ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ପ୍ରାୟ ୪୮ ଦିନ ପରେ ୬ରୁ ୮ ସେପ୍ଟେମ୍ବର ମଧ୍ୟରେ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଅବତରଣ କରିବ।

ସମ୍ବନ୍ଧିତ ଖବର