ଚନ୍ଦ୍ରଯାନ-୨: ଲ୍ୟାଣ୍ଡର୍ ବିକ୍ରମକୁ ଠାବ କରିବାକୁ ଉଦ୍ୟମ ଚଳାଇଛି ନାସା
ନ୍ୟୁୟର୍କ: ଭଲ ଆଲୁଅ ପଡ଼ିଥିବା ଅବସ୍ଥାରେ ଚନ୍ଦ୍ରଯାନ-୨ର ମୁନ୍ଲ୍ୟାଣ୍ଡର୍ ବିକ୍ରମ ଅବରତଣ କରିଥିବା ଅଞ୍ଚଳର କିଛି ନୂଆ ଫଟୋ ଉତ୍ତୋଳନ କରିଛି ନାସାର ଲୁନାର୍ ରେକୋନେସାନ୍ସ୍ ଅର୍ବିଟର୍। ଏଲ୍ଆର୍ଓ ପ୍ରୋଜେକ୍ଟ୍ ବୈଜ୍ଞାନିକ ନୋଆ ପେଟ୍ରୋ କହିଛନ୍ତି କି ବିକ୍ରମର ଅବସ୍ଥିତି ଜାଣିବାକୁ ନାସା ଯୋର୍ଦାର୍ ତଲାସ ଚଳାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତମାସ ତୁଳନାରେ ସମ୍ପୃକ୍ତ ଅଞ୍ଚଳରେ କମ୍ ଛାଇ ପଡ଼ିଥିବାରୁ ସୋମବାର ଦିନ ସେଠାରେ ଆଲୋକ ପରିସ୍ଥିତି ଅନୁକୂଳ ଥିବାକଥା ପେଟ୍ରୋ ବୁଧବାର ଦିନ କହିଛନ୍ତି।
ସେ ଆହୁରି କହିଛନ୍ତି: ସୋମବାର ଦିନ ଆମେ ଅବତରଣ ଅଞ୍ଚଳ ଉପର ଦେଇ ଉଡ଼ିଥିଲୁ। କ୍ୟାମେରା ଏବେ ମଧ୍ୟ ଉନ୍ନତ ଚିତ୍ର ଉତ୍ତୋଳନ କରି ଚାଲିଛି। ଆଉ ଅଳ୍ପ ଦିନ ମଧ୍ୟରେ ଆମେ ଅଧିକ କିଛି ଜାଣିପାରିବୁ। ଆମେ ତନ୍ନ ତନ୍ନ କରି ତଲାସ କରୁଛୁ। ଯଥା ସମ୍ଭବ ଯୋର୍ଦାର୍ ତଲାସ କରିବୁ ଓ ବିକ୍ରମ ମୁନ୍ଲ୍ୟାଣ୍ଡର୍ର କ’ଣ ହେଲା ଜାଣି ପାରିବୁ।
ଅବରଣ କ୍ଷେତ୍ରଟି ବିରାଟ ହୋଇଥିବାରୁ ଠିକ୍ କେଉଁ ସ୍ଥାନରେ ତଲାସ କରିବୁ ଆମେ ଜାଣି ନାହୁଁ। ତେଣୁ ତଲାସ ପାଇଁ କିଛି ସମୟ ଲାଗିବ।
ସେପ୍ଟେମ୍ବର ୬ ତାରିଖ ଦିନ ଚନ୍ଦ୍ରଯାନ-୨ରୁ ଅଲଗା ହୋଇ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ସମୟରେ ଲ୍ୟାଣ୍ଡର୍ ବିକ୍ରମ ଓ ଇସ୍ରୋ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।